ରାଜଧାନୀ ଏକ୍ସପ୍ରେସରେ ଦିଆଯାଉଛି ବାସି ଖାଦ୍ୟ, ଭିଡ଼ିଓ କରି ରେଳମନ୍ତ୍ରୀଙ୍କୁ ଜଣାଇଲେ ଯାତ୍ରୀ
7/08/2023 at 10:36 AM

ବାରଙ୍ଗ ୦୭/୦୮: ରାଜଧାନୀ ଏକ୍ସପ୍ରେସରେ ଦିଆ ଯାଉଛି ବାସି ଖାଦ୍ୟ । ୩୫୧୫ ଟଙ୍କାରେ ଟିକେଟ କିଣି ବାସି ଖାଦ୍ୟ ଖାଇଲେ ଯାତ୍ରୀ । ଟଙ୍କା ନେଇ ସେବା ଦେବାରେ ଅନିୟମିତତା ଅଭିଯୋଗ ଆଣିଲେ ଯାତ୍ରୀ । ଭିଡ଼ିଓ କରି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଜଣାଇଲେ ।
ସୂଚନା ଥାଉକି, ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଅଭିମୁଖେ ଯାଉଥିବା ଜଣେ ଯାତ୍ରୀ ସୁଶାନ୍ତ ସାହୁ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଆଇ.ଆର.ସିଟି.ସିରେ ଟିକେଟ କିଣି ମଧ୍ୟ ରେଳଯାତ୍ରାରେ ବାସି ଖାଦ୍ୟ ଖାଇ ହଇରାଣ ହୋଇଛନ୍ତି ଯାତ୍ରୀ । ନିକଟରେ ୫୭ଟି ଷ୍ଟେସନର ଉନ୍ନତି ପାଇଁ କୋଟି କୋଟି ବ୍ୟୟ ବରାଦ ହୋଇଥିବା ବେଳେ ଅନ୍ୟପଟେ ଟଙ୍କା ନେଇ ସେବା ଦେବାରେ ଅନିୟମିତତା ଅଭିଯୋଗ କରିଛନ୍ତି ଯାତ୍ରୀ । ଏନେଇ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭିଡ଼ିଓ ଜରିଆରେ ଅବଗତ କରାଇଛନ୍ତି ଯାତ୍ରୀ ।
you can also read…