ସ୍ବର୍ଗକୁ ସିଢି ପକାଇ ଚଢୁଥିଲେ ବ୍ୟକ୍ତି,୩୦୦ଫୁଟ ଉଚ୍ଚରୁ ଖସି ପଡିଲେ,ଆଉ ତାପରେ…
24/09/2023 at 3:36 PM

ନୂଆଦିଲ୍ଲୀ ୨୪।୦୯: ଉଚ୍ଚତାରୁ ଖସିବାର ଅନେକ ଘଟଣା ଶୁଣିଥିବେ । କିଏ ପାହାଡ ଚଢୁଥିବା ବେଳେ ତ ଆଉ କେହି ଷ୍ଟଣ୍ଟ କରିବା ସମୟରେ କିମ୍ବା ଅସାବଧାନତା ଯୋଗୁଁ ଉଚ୍ଚରୁ ପଡିଯାଆନ୍ତି । କିନ୍ତୁ କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତି ସ୍ବଇଚ୍ଛାରେ ୩୦୦ ଫୁଟ ଉପରକୁ ଚଢିବା । ଆଶ୍ଚର୍ଯ୍ୟ ନା…ଏହି ମାମଲା ସବୁଠାରୁ ଭିନ୍ନ । ବ୍ୟକ୍ତି ଜଣକ ସ୍ବର୍ଗ ଯାଏଁ ପଡିଥିବା ସିଢିରେ ଚଢୁଥିଲେ । କିନ୍ତୁ ହଠାତ୍ ୩୦୦ଫୁଟ ଉଚ୍ଚରୁ ଖସିପଡିଥିଲେ । ଯାହା ତାଙ୍କର ମୃତ୍ୟୁର କାରଣ ହୋଇଛି ।

ବାସ୍ତବରେ ଏହି ବ୍ୟକ୍ତି ଜଣକ ବ୍ରିଟେନର ବାସିନ୍ଦା । ଏବେ ଚିନ୍ତା କରୁଥିବେ ଯେ ସ୍ବର୍ଗକୁ ସିଢି କଣ ? ଏହା କେଉଁଠାରେ ରହିଛି ? ଏହା କଣ ସତ ? ବାସ୍ତବରେ ଏହି ସିଢିର ନାଁ ହେଉଛି’stairway to heaven’ବା ‘ସ୍ୱର୍ଗକୁ ସିଢି’ । ଯାହାର ଅର୍ଥ ହେଉଛି ସ୍ୱର୍ଗ ଯାଏଁ ଯାଉଥିବା ପାହାଚ । ତେବେ ଏହି ସିଢି ଅଷ୍ଟ୍ରିଆର ପାହାଡ ଉପରେ ତିଆରି କରାଯାଇଛି । ଏହି ସିଢି ବହୁତ ସଂକୀର୍ଣ୍ଣ । ସ୍ଥାନଟି ପର୍ଯ୍ୟଟକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ।

ଘଟଣାଟି ୧୨ ସେପ୍ଟେମ୍ବରରେ ଘଟିଥିଲା । ଏଥିରେ ଜଣେ ୪୨ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ଏକୁଟିଆ ବିପଦପୂର୍ଣ୍ଣ ସିଢି ଚଢୁଥିଲେ । ହଠାତ୍ ତାଙ୍କ ପାଦ ଖସିଗଲା ଏବଂ ତଳେ ଥିବା ଘାଟିକୁ ଖସି ପଡିଥିଲେ । ଦୁର୍ଘଟଣା ପରେ ତାଙ୍କୁ ବଞ୍ଚାଇବା ପାଇଁ ପୋଲିସ କର୍ମଚାରୀ ଏବଂ କିଛି ରେସ୍କ୍ୟୁ ହେଲିକପ୍ଟର ପହଞ୍ଚିଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
କିଛି ସମୟ ପରେ ଉଦ୍ଧାରକାରୀମାନେ ତାଙ୍କ ମୃତଦେହ ପାଇଥିଲେ । ତେବେ ଘଟଣାରେ କାହାର ସମ୍ପୃକ୍ତି ଥିବା ଅସ୍ୱୀକାର କରିଛନ୍ତି ଅଧିକାରୀ । ଏହା ମଧ୍ୟ କହିଛନ୍ତି କି ପାହାଚ ଚଢିବା ସମୟରେ ବ୍ୟକ୍ତି ଜଣକ ଏକାକୀ ଥିଲେ । ତାଙ୍କର ପରିଚୟ ମଧ୍ୟ ପ୍ରକାଶ କରାଯାଇ ନାହିଁ ।ଏହି ବ୍ୟକ୍ତି ୧୩୦ ଫୁଟ ପର୍ଯ୍ୟନ୍ତ ଚଢିଥିଲେ ।

ତେବେ ଏହି ସ୍ଥାନରେ ପର୍ଯ୍ୟଟକଙ୍କୁ କୁହାଯାଇଛି କି ଯେଉଁମାନଙ୍କର ଚଢିବାର ଅଭିଜ୍ଞତା ଅଛି, ସେମାନେ ହିଁ କେବଳ ପାହାଚ ଚଢିପାରିବେ । ଏହି ସମୟରେ ପାଗ ମଧ୍ୟ ଠିକ୍ ରହିବା ଉଚିତ୍ । ଏମିତିକି ବେଶୀ ପବନ ବି ନହେବା ଦରକାର । ତେବେ ସ୍ୱର୍ଗକୁ ସିଡ଼ି ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ । ଅନେକ ଲୋକ ଏଥିରେ ଚଢିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଏଥିରେ ଚଢିବା ଅତ୍ୟନ୍ତ କଷ୍ଟକର ବୋଲି କୁହାଯାଏ ।
You Can Read: