ରାଜ୍ୟସଭା ନିର୍ବାଚନ; ମଙ୍ଗଳବାର ୧୫ ଆସନରେ ଭୋଟିଂ

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭା ନିର୍ବାଚନ। ଖାଲିପଡ଼ିଥିବା ଆସନରେ ହେବ ଭୋଟିଂ। ମୋଟ୍ ୫୬ଟି ଆସନ ମଧ୍ୟରୁ ଆଜି ୧୫ଟି ଆସନରେ ନିର୍ବାଚନ ହେବ। ଗତ ମଙ୍ଗଳବାର ବିଭିନ୍ନ ରାଜ୍ୟର ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲା । ଏନେଇ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ଅବଶିଷ୍ଟ ୧୫ଟି ସିଟ ଲାଗି ତିନିଟି ରାଜ୍ୟରେ ଭୋଟ୍ ଗ୍ରହଣ ହେବ ।

wp:embed {"url":"https://www.prameyanews7.com/president-visit-preparation-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/president-visit-preparation-2/
/wp:embed

୧୫ଟି ଆସନ ପାଇଁ ୧୮ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ସମସ୍ତଙ୍କର ନଜର ଏହାର ଫଳାଫଳ ଉପରେ ରହିଛି। ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ ଫଳାଫଳ ଘୋଷିତ କରିବେ । ତିନିଟି ରାଜ୍ୟରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଆବଶ୍ୟକ ଠାରୁ ଅଧିକ ଜଣେ ଲେଖାଏଁ ପ୍ରାର୍ଥୀ ଦେଇଥିବାରୁ ନିର୍ବାଚନ ରୋଚକ ମୋଡ଼ରେ ରହିଛି। ଉତ୍ତର ପ୍ରଦେଶରେ ସର୍ବାଧିକ ଆସନରେ ନିର୍ବାଚନ ହେବ । ୧୦ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅଛନ୍ତି। ହିସାବ ଅନୁଯାୟୀ, ବିଜେପିର ୭ ପ୍ରାର୍ଥୀ ଏବଂ ସମାଜବାଦୀ ପାର୍ଟିର ୩ଜଣ ପ୍ରାର୍ଥୀ ସହଜରେ ବିଜୟୀ ହେବେ । ମାତ୍ର ବିଜେପି ପକ୍ଷରୁ ଜଣେ ଅଧିକ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ସେହିଭଳି କର୍ଣ୍ଣାଟକରେ ୪ ଆସନ ପାଇଁ ୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କ୍ଷମତାସୀନ କଂଗ୍ରେସ ତିନି ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଏବଂ ଏହାର ସହଯୋଗୀ ଜେଡିଏସ୍ ଦୁଇ ଜଣ ପ୍ରାର୍ଥୀ ଦେଇଛନ୍ତି ।

ଉତ୍ତର ପ୍ରଦେଶରେ ସର୍ବାଧିକ ୧୦ଟି ଆସନ, କର୍ଣ୍ଣାଟକରେ ୪ସିଟ୍ ଏବଂ ହିମାଚଳପ୍ରଦେଶରୁ ଗୋଟିଏ ଆସାନରେ ଭୋଟ ଗ୍ରହଣ ହେବ । ମଙ୍ଗଳବାର ସକାଳୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟିଂ ଜାରି ରହିବ ଏବଂ ସଂଧ୍ୟା ୫ଟାରେ ଭୋଟ ଗଣତି ହେବ । ଏହା ପରେ ନିର୍ବଚନ କମିଶନ ବିଜୟୀ ପ୍ରାର୍ଥୀ ଘୋଷଣା କରିବେ ଲ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.