ନୂଆଦିଲ୍ଲୀ ୦୯।୧୨: ସାଧାରଣତଃ ବୁଲିବାକୁ ସମସ୍ତଙ୍କୁ ପସନ୍ଦ। ସେ ସାଙ୍ଗ ହୁଅନ୍ତୁ ବା ଫ୍ୟାମିଲି କି ଅଫିସ୍ ଷ୍ଟାଫ୍। ଏକାଠି ହୋଇ ବୁଲି ଯିବାର ମଜା ହିଁ ଅଲଗା ରହିଥାଏ। ତେବେ ବ୍ୟବସାୟ ଟାଇକୁନ୍ କେନ୍ ଗ୍ରିଫିନ୍ ତାଙ୍କର ୧୦,୦୦୦ କର୍ମଚାରୀଙ୍କ ମଧ୍ୟରେ ଏକ ସ୍ମରଣୀୟ ଏବଂ ବିଳାସପୂର୍ଣ୍ଣ ଉପହାର ଦେଇଥିଲେ। ଗ୍ରିଫିନ୍ର କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷର ପାର୍ଟୀ ପୂର୍ବରୁ ଏପରି ସୁଖ ଉପହାର ପାଇବେ ବୋଲି ସେମାନେ କେବେ ବି ଭାବି ନଥିଲେ। କାରଣ ସମଗ୍ର ବିଶ୍ଵର ଲୋକଙ୍କ ପାଇଁ ଡିଜନି ୱାର୍ଲ୍ଡ ପରିଦର୍ଶନ କରିବା ଏକ ସ୍ୱପ୍ନଠାରୁ କମ୍ ହେବ ନାହିଁ । କିନ୍ତୁ ଯେତେବେଳେ ଅଫିସ୍ର ବସ ବିଶେଷ ଛୁଟି ଦେଇ ସ୍ଵପ୍ନକୁ ଯଦି ପୁରା କରନ୍ତି , ତାହାଲେ ଆପଣଙ୍କ ରିଆକ୍ସ କିପରି ହେବ ।
ଫ୍ଲୋରିଡାରେ ରହୁଥିବା ୫୪ ବର୍ଷିୟ ଗ୍ରିଫିନ୍ ସିଟାଡେଲ୍ ଆଣ୍ଡ ସାଇଟଡେଲ୍ ସିକ୍ୟୁରିଟିଜ୍ ନାମକ ଏକ କମ୍ପାନୀ ଚଳାନ୍ତି। ଗ୍ରିଫିନ୍ ତାଙ୍କ କର୍ମଚାରୀଙ୍କ କାର୍ଯ୍ୟରେ ଏତେ ଖୁସି ହୋଇଥିଲେ ଯେ ସେ ସମସ୍ତଙ୍କୁ ଏନର୍ଜି ଏବଂ ଉତ୍ସାହକୁ ଭରିବା ପାଇଁ ଡିସ୍ନି ଲ୍ୟାଣ୍ଡକୁ ତିନି ଦିନିଆ ଯାତ୍ରା କରିଥିଲେ। କମ୍ପାନୀର ୨୦ତମ ବାର୍ଷିକୀ ଅବସରରେ, ବସ୍ ତାଙ୍କର ପ୍ରତ୍ୟେକ କର୍ମଚାରୀଙ୍କ ବ୍ୟାଗ୍ରେ ଖୁସି ହିଁ ଖୁସି ଭରି ଦେଇଥିଲେ। 'ଡେଲି ମେଲ୍'ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗ୍ରିଫିନ୍ ଏହି ଯାତ୍ରା ସମସ୍ତଙ୍କୁ ମେଲ୍ କରି କରିବା ସହ ଅଫର ଦେଇଥିଲେ। ଏହି ସମୟରେ, ତାଙ୍କ ପୁରା ଷ୍ଟାପ୍କୁ ପରିବାର ସହିତ ଡିଜନି ୱାର୍ଲ୍ଡ ବୁଲିବାକୁ ସୁଯୋଗ ଦେଇଥିଲେ।
ସିଟିଡେଲ ଆଣ୍ଡ ସାଇଟଡେଲ ସିକ୍ୟୁରିଟିସର ମୁଖପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ନ୍ୟୁୟର୍କ, ହ୍ୟୁଷ୍ଟନ, ପ୍ୟାରିସ, ଜୁରିଚ ଏବଂ ଅନ୍ୟାନ୍ୟ ସହରକୁ ନିଆଯାଇଥିବା ସମସ୍ତ ବିମାନର ଖର୍ଚ୍ଚ ମାଲିକ ନିଜେ ଉଠାଇବେ। ହୋଟେଲ, ଥିମ୍ ପାର୍କ ଟିକେଟ୍ ଏବଂ ପାର୍କିଂ ଚାର୍ଜ ମଧ୍ୟ କମ୍ପାନୀର ଆକାଉଣ୍ଟରୁ ପ୍ରଦାନ କରାଯାଇଥିଲା । ଏହି କର୍ମଚାରୀଙ୍କୁ ଡିଜ୍ନିର ଏକ ବିଶେଷ ସ୍ୱତନ୍ତ୍ର ସଂଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ଦିଆଯାଇଥିଲା । ଗ୍ରିଫିନଙ୍କ ନିଟ୍ ମୂଲ୍ୟ ହେଉଛି ୨୬୦୦ ବିଲିୟନ ଟଙ୍କା।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରକାରର ଦାନ କାମ ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି। ସେ କହିଛନ୍ତି ଯେ କରୋନା କାରଣରୁ ସେ ୨୦୨୦ ଏବଂ ୨୦୨୧ରେ କର୍ମଚାରୀଙ୍କୁ ପାର୍ଟି ଦେଇପାରିବେ ନାହିଁ।ସେଥିପାଇଁ ଏଥର ଏନେଇ ଏକ ବଡ ଚିନ୍ତା କରି ବିଶେଷ ବ୍ୟବସ୍ଥା କରାଯାଇଥିଲା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ରିଲିଜ ହୋଇଥିଲା । ସେହି ଦିନଠାରୁ ଚଳଚ୍ଚିତ୍ରଟି ଧମାଲ କରି ଆସୁଛି। ଏକ ରିପୋର୍ଟ ଅନୁଯାୟୀ, 'କାନ୍ତାରା' ଏପର୍ଯ୍ୟନ୍ତ ୪୦୦ କୋଟିରୁ ଅଧିକ ଆୟ କରିଛି।