ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରା ମାଡ, ହାତରେ ଲାଗିଛି ଗଭୀର ଆଘାତ

Published By : Prameya-News7 Bureau | November 01, 2022 IST

କଟକ: ଏକ ତରଫା ପ୍ରେମରୁ ଯୁବତୀଙ୍କୁ ହୋଇଛି ଛୁରା ମାଡ। କଟକ ପ୍ରତାପନଗରୀ ନିକଟ ରାସ୍ତାରେ  ହୋଇଛି ଏହି  ଛୁରା ମାଡ। ଛାତ୍ରୀ ଜଣଙ୍କ ଏକ ପରୀକ୍ଷା ଦେଇ ଫେରୁଥିବା ବେଳେ ସେହି ଗାଁର ଜଣେ ଯୁବକ ଛୁରା ମାଡ କରିଥିବା ନେଇ ଜଣା ପଡିଛି। ପୀଡିତ ଛାତ୍ରୀଙ୍କ ପକ୍ଷରୁ ସଦର ଥାନାରେ ଏନେଇ ଏତଲା ଦିଆଯାଇଛି।

 ଛୁରାମାଡରେ ଛାତ୍ରୀଙ୍କ ହାତରେ ଗଭୀର ଆଘାତ ଲାଗିଛି। ଛୁରା ମାଡ ପରେ ଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ଆହତ ଛାତ୍ରୀ ଓ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଖୁବଶୀଘ୍ର ଅଭିଯୁକ୍ତକୁ ଧରିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.