scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

STA କ୍ରିପ୍ଟୋ କରେନ୍ସି କାରବାରର ପର୍ଦ୍ଦାଫାଶ, ଭାରତ ମୁଖ୍ୟ ସହ ଓଡିଶା ମୁଖ୍ୟ ଗିରଫ

7/08/2023 at 4:09 PM

ଭୁବନେଶ୍ବର ୭।୮: କ୍ରିପ୍ଟୋ କରେନ୍ସି କାରବାର ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଛି । ଏସ୍‌ଟିଏ କ୍ରିପ୍ଟୋ କରେନ୍ସିର ଭାରତ ମୁଖ୍ୟ ପଞ୍ଜାବରୁ ଗିରଫ ହୋଇଥିବା ବେଳେ ଓଡିଶା ମୁଖ୍ୟ ଭଦ୍ରକରୁ ଗିରଫ ହୋଇଛନ୍ତି । ପଞ୍ଜାବରୁ ଗୁରୁତେଜ ସିଂ ଓ ଭଦ୍ରକରୁ ନିରୋଦ ଦାସଙ୍କୁ ଇଓଡବ୍ଲୁ ଗିରଫ କରିଛି ।

ଗୁରୁତେଜ ସିଂଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ୭ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଗୁରୁତେଜ ବାରମ୍ବାର ନିଜର ଲୋକେସନ୍ ପରିବର୍ତ୍ତନ କରୁଥିଲା । ଗୋଆ, ଲୁନାବଲା, ମୁମ୍ଵାଇ, ଦିଲ୍ଲୀ, ଫରିଦକୋଟ, ଭଟିଣ୍ଡା, ହନୁମାନଗଡ଼ ଏବଂ ଶ୍ରୀ ଗଙ୍ଗନଗର ଭଳି ସ୍ଥାନରେ ସେ ବାରମ୍ବାର ଲୋକେସନ ପରିବର୍ତ୍ତନ କରୁଥିଲା । ପଞ୍ଜାବ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଆସାମର ବହୁ ଲୋକ ଏହି ସ୍କାମର ଶିକାର ହୋଇଛନ୍ତି । ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ଭୁବନେଶ୍ଵର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ଏହି ସ୍କାମ୍ ବହୁଳ ଭାବରେ ଚାଲିଥିଲା ।

ସେପ୍ଟେମ୍ବର ୨୦୨୧ରେ STA ଆରମ୍ଭ କରାଯାଇଥିଲା । କ୍ରିପ୍ଟୋ ଟୋକେନ୍ ନାମରେ STA ଏକ ବଡ଼ ପୁଞ୍ଜି ସ୍କାମ ଚଳାଇଥିଲା । ଯୁବ ହଙ୍ଗେରୀ ନାଗରିକ ଡେଭିଡ ଗିସ୍ ଙ୍କ ଦ୍ୱାରା STA ପରିଚାଳିତ । ଅନେକ ଥର ସେ ଭାରତ ଗସ୍ତରେ ଆସିଛନ୍ତି । ଏହାର ପ୍ରସାର ପାଇଁ STA ବିଭିନ୍ନ ସ୍ଥାନରେ ଅନେକ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା । ସଦସ୍ୟମାନଙ୍କୁ ପ୍ରତିଦିନ ୨୦ ଡଲାରରୁ ୩ ହଜାର ଡଲାର ପ୍ରତିଦିନ ରୋଜଗାର କରିବାକୁ ଲୋଭ ଦେଖାଉଥିଲା । ଓଡ଼ିଶାର ପ୍ରାୟ ୧୦ ହଜାର ଲୋକ ଏହି ଯୋଜନାର ସଦସ୍ୟ ହୋଇସାରିଛନ୍ତି । ଏହି ସ୍କାମରେ ୨ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି ।

You Can Read :

   Related Posts