SSC CHSL Recruitment 2023 ବିଜ୍ଞପ୍ତି ଜାରି, ୧୬୦୦ ପଦରେ ହେବ ନିଯୁକ୍ତି, ଜାଣନ୍ତୁ କେବେ ଆବେଦନର ଶେଷ ତାରିଖ
12/05/2023 at 9:00 PM

ନୂଆଦିଲ୍ଲୀ, ୧୨/୦୫: ଭାରତ ସରକାରରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ସଂଯୁକ୍ତ ଉଚ୍ଚ ମାଧ୍ୟମିକ ସ୍ତର (ସିଏଚଏସଏଲ) ପରୀକ୍ଷା ୨୦୨୩ ଅନୁଯାୟୀ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଯେଉଁ ଆଶାୟୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଛନ୍ତି। ସେମାନେ ଅଫିସିଆଲ ଓ୍ବେବସାଇଟ ssc.nic.inକୁ ଯାଇ ଆବେଦନ କରିପାରିବେ।
ଆବେଦନ କରିବା ପାଇଁ ଶେଷ ତାରିଖ ଜୁନ୍ ୮ ରହିଛି। ସମୁଦାୟ ୧୬୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ / କାର୍ଯ୍ୟାଳୟ ଅଧୀନରେ ଲୋୟର ଡିଭିଜନାଲ କ୍ଲର୍କ / ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (ଜେଏସ୍ଏ) ଏବଂ ଡାଟା ଏଣ୍ଟ୍ରି ଭଳି ଗ୍ରୁପ୍ ସି ପୋଷ୍ଟରେ ନିଯୁକ୍ତି ପାଇଁ ମୋଟ ୪୫୦୦ ପଦବୀ ପୂରଣ କରାଯାଇଥିଲା।
ଯୋଗ୍ୟତା ଏବଂ ବୟସ ସୀମା:
ଆଶାୟୀଙ୍କୁ ମାନ୍ୟତା ପ୍ରାପ୍ତ ବୋର୍ଡ କିମ୍ବା ବିଶ୍ବବିଦ୍ୟାଳୟରୁ ଦ୍ବାଦଶ କିମ୍ବା ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ଆଶାୟୀଙ୍କ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ରହିଥିବା ଦରକାର।
ଏଭଳି ରହିବ ଦରମା:
ଲୋୟର ଡିଭିଜନ୍ କ୍ଲର୍କ (LDC) / ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (JSA) – ପେ ଲେଭଲ୍ -୨ (୧୯,୯୦୦-୬୩,୨୦୦ ଟଙ୍କା)
ଡାଟା ଏଣ୍ଟ୍ରି ଅପରେଟର୍ (DEO) ପେ ଲେଭଲ୍ -୪- (୨୫,୫୦୦-୮୦,୧୦୦ଟଙ୍କା) ଏବଂ ଲେଭଲ୍ -୫ (୨୯,୨୦୦-୯୨,୩୦୦ ଟଙ୍କା)
ଡାଟା ଏଣ୍ଟ୍ରି ଅପରେଟର୍, ଗ୍ରେଡ୍ ‘ଏ’ – ପେ ଲେଭଲ୍ -4 ରୁ ୨୫,୫୦୦ରୁ ୮୧,୦୦୦ ଟଙ୍କା
SSC CHSL ନିଯୁକ୍ତି ପାଇଁ ଆବେଦନ ଶୁଳ୍କ:
ପଦବୀ ପାଇଁ ଆବେଦନ କରିବାକୁ ଆବେଦନ ଶୁଳ୍କ ଭାବରେ ୧୦୦ ଟଙ୍କା ଦେବାକୁ ପଡ଼ିବ।
ତେବେ ଆବେଦନ କରିବା ପୂର୍ବରୁ ସଂପୂର୍ଣ୍ଣ ବିଜ୍ଞପ୍ତି ପଢ଼ିନେବାକୁ ପରାମର୍ଶ।