ବଢିବ ଯବାନଙ୍କ ତାକତ୍ : ଚୀନ ସହ ବିବାଦ ମଧ୍ୟରେ ଭାରତ ଏବଂ ଭୁଟାନ ସୀମାରେ ଆଉଟପୋଷ୍ଟ୍ ତିଆରି କରୁଛି SSB

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪/୧୨ : ଚୀନ ସହିତ ସୀମା ବିବାଦ ମଧ୍ୟରେ ନିଜ କ୍ଷମତାକୁ ପୂର୍ବ ଅପେକ୍ଷା  ଆହୁରି ମଜବୁତ କରିଛି ଭାରତ । ଏହାରି ମଧ୍ୟରେ ଆଉ ପାଦେ ଆଗେଇଛି ଭାରତୀୟ ସେନା । ସଶସ୍ତ୍ର ସୀମା ବଳ ନୂତନ ଭାବେ ୨୨ଟି ବର୍ଡର ଆଉଟପୋଷ୍ଟ ନିର୍ମାଣ କରିଛି । ଏହା ଦ୍ବାରା ଭାରତ ଏବଂ ଭୁଟାନ୍ ସୀମାରେ ଥିବା ମହତ୍ତ୍ବପୂର୍ଣ୍ଣ ସ୍ଥାନଗୁଡିକରେ ସ୍ବତନ୍ତ୍ର ନଜର ରଖାଯିବ ।

ବର୍ତ୍ତମାନ SSB ନିକଟରେ ଅନେକ ମୁଖ୍ୟ ବର୍ଡର ଆଉଟପୋଷ୍ଟ୍ ତିଆରି କରାଯାଇଛି ଯାହାକି ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨ ହଜାର ଫୁଟ୍‌ ଉଚ୍ଚରେ ଅବସ୍ଥିତ । ଗୁରୁତ୍ୱପୂର୍ଣ୍ଣ ଟ୍ରାଇ-ଜଙ୍କସନ୍ (ଭାରତ-ଭୁଟାନ-ତିବ୍ଦତ) ନିକଟରେ SSB ଗୁଡିକ ସ୍ଥାପିତ ହୋଇଛି ଏବଂ ଏହି ସୀମା ଆଉଟପୋଷ୍ଟଗୁଡ଼ିକ SSB କୁ ମଜବୁତ କରିବ ।

୨୦୧୭ରେ ଭାରତ ଏବଂ ଚୀନ ସେନା ମଧ୍ୟରେ ଦୀର୍ଘ ଦିନର ବିବାଦ ପରେ ଏହାକୁ ରଣନୀତିଗତ ଭାବେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ସୂଚନାଯୋଗ୍ୟ ଯେ ୭୩୪ ଟି ପୋଷ୍ଟ ନିର୍ମାଣ ପାଇଁ SSB କୁ ଅନୁମତି ଦିଆଯାଇଛି । ତେବେ ଏହି ୨୨ ଆଉଟପୋଷ୍ଟ ନିର୍ମାଣ ପରେ, SSBର ମୋଟ  ଆଉଟପୋଷ୍ଟ ୭୨୨ ହୋଇଯିବ ।

ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ, ଏହି ଆଉଟପୋଷ୍ଟ ନିର୍ମାଣ ହେଲେ ଶତ୍ରୁ ପକ୍ଷକୁ ଟ୍ରାକ୍ କରିବା ସହ SSBକୁ ମଜବୁତ କରିବାରେ ସହାୟକ ହେବ । ଦୀର୍ଘ ଦିନ ଧରି ଚୀନ ସହିତ ଜାରି ରହିଥିବା ସୀମା ବିବାଦ ଏବେ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ନୂଆ ଆଉଟପୋଷ୍ଟ ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରଦାର କରାଯିବ ବୋଲି ସେନାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.