ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଶାଶୂଙ୍କ ବେଡସିଟ୍ ଚେଞ୍ଜ୍ ହେଲାନି ବୋଲି ରାଗିଗଲେ ଜଜ୍: ପହଞ୍ଚିଗଲେ ଡାକ୍ତରଖାନାରେ, ଅବହେଳା ପାଇଁ ୩ କର୍ମଚାରୀଙ୍କୁ ସସପେଣ୍ଡ

21/11/2022 at 2:14 PM

ପ୍ରୟାଗରାଜ ୨୧/୧୧: ହସ୍ପିଟାଲରେ ରୋଗୀଙ୍କୁ ସ୍ୱାସ୍ଥ୍ୟ କର୍ମଚାରୀ ଅବହେଳା କରୁଥିବା ଖବର ଆପଣ ଶୁଣିଥିବେ । ହେଲେ କେବେ ଯଦି ଜଣେ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ରରେ ଏପରି ହୁଏ ତେବେ କଣ ହୁଏ ତାହା ହୁଏତ ଅନୁମାନ କରିବା କଷ୍ଟକର । ଏମିତି ଘଟଣା ଘଟିଛି ପ୍ରୟାଗରାଜର ଏକ ହସ୍ପିଟାଲରେ ।

ଆହ୍ଲାବାଦ ହାଇକୋର୍ଟର ଜଜଙ୍କ ଶାଶୁ ପ୍ରୟାଗରାଜର ମୋତିଲାଲ ନେହେରୁ ମେଡିକାଲ କଲେଜର ସ୍ୱରୂପରାଣୀ ନେହେରୁ ହସ୍ପିଟାଲରେ ହୃଦରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ଏସଆରଏନ୍ କରାଯାଇଥିଲା । ଦେଖାରଖା କରିବାକୁ ଶାଶୁଙ୍କ ପାଖରେ ଖୋଦ ଜଜଙ୍କ ପତ୍ନୀ ଉପସ୍ଥିତ ଥିଲେ ।

ଶାଶୁ ୱାର୍ଡର ଯେଉଁ ବେଡରେ ଥିଲେ ସେହି ବେଡର ବେଡସିଟ୍ ବହୁତ ଅପରିଷ୍କାର ହୋଇଥିଲା । ଏହାକୁ ବଦଳାଇବାକୁ ଜଜଙ୍କ ପତ୍ନୀ ନର୍ସ ଓ ୱାର୍ଡ ବୟଙ୍କୁ ପ୍ରଥମେ ଅନୁରୋଧ କରିଥିଲେ । ସେମାନେ କିଛି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଦ୍ୱିତୀୟ ଥର କହିବାରୁ ହସ୍ପିଟାଲରେ ଆଉ ବେଡସିଟ୍ ନାହିଁ । ନିଜଘରୁ ଆଣି ବେଡରେ ବେଡସିଟ ପକାଇବାକୁ କହିଥିଲେ ଉଭୟ ନର୍ସ ଓ ୱାର୍ଡ ବୟ ।

ଏକଥା ଜଜଙ୍କୁ ତାଙ୍କ ପତ୍ନୀ ଜଣାଇବାରୁ ସିଧା କୋର୍ଟରୁ ହସ୍ପିଟାଲରେ ଯାଇ ପହଞ୍ଚିଥିଲେ ଜଜ୍ । ଆଉ ସବୁ ଘଟଣା ଦେଖିବା ପରେ ସମ୍ପୃକ୍ତ ସ୍ୱାସ୍ଥ୍ର୍ୟକର୍ମୀଙ୍କ ଉପରେ ବର୍ଷିଥିଲେ । କେବଳ ଏତିକି ନୁହେଁ ତୁରନ୍ତ ସେମାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ତେବେ ଏହି ଘଟଣା ପାଇଁ ମେଡିକାଲ କଲେଜରେ ପ୍ରିନ୍ସିପାଲ ଆସି ପହଞ୍ଚି ଜଜଙ୍କୁ ହାତ ଯୋଡି କ୍ଷମା ମାଗିବା ସହ ୨ ନର୍ସ ଓ ଜଣେ ୱାର୍ଡ ବୟଙ୍କୁ ନିଲମ୍ବନ କରିଥିଲେ ।

   Related Posts