ହାଇଦ୍ରାବାଦରେ ହେବ ପିଣ୍ଟୁଙ୍କ ଲିଭର ପ୍ରତିରୋପଣ, ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ- ଶ୍ରୀତମ ଦାସ
25/02/2023 at 2:35 PM

କଟକ ୨୫।୦୨ : ଦିଲ୍ଲୀରେ ହୋଇପାରିଲା ନାହିଁ ଅଭିନେତା ପିଣ୍ଟୁ ନନ୍ଦଙ୍କର ଲିଭର ପ୍ରତିରୋପଣ । ତେଣୁ ଶନିବାର ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏ ସୂଚନା ଦେଇଛନ୍ତି ସିନେ ଆର୍ଟିଷ୍ଟ ଆସୋସିଏସନ ସମ୍ପାଦକ ଶ୍ରୀତମ ଦାସ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ପିଣ୍ଟୁଙ୍କ ପରିବାର ସଦସ୍ୟ ଅର୍ଗାନ ଡୋନେଟ କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ କିଛିଟା ସମସ୍ୟା ଦେଖାଦେବା ହେତୁ ଦିଲ୍ଲୀରେ ପିଣ୍ଟୁ ନନ୍ଦଙ୍କର ଲିଭର ପ୍ରତିରୋପଣ ହୋଇପାରିଲାନାହିଁ । ତେବେ ହାଇଦ୍ରାବାଦରେ ସେହି କାର୍ଯ୍ୟ ସମ୍ଭବ ହୋଇପାରିବ । କିନ୍ତୁ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ । ତେଣୁ ଯଶୋଦା ହସ୍ପିଟାଲ ପକ୍ଷରୁ ସସମ୍ପର୍କୀୟ ସୂଚନା ମିଳିବା ପରେ ଆସୋସିଏସନ ପଦକ୍ଷେପ ନେବ ବୋଲି କହିଛନ୍ତି ଅଭିନେତା ଶ୍ରୀତମ ।