ଫ୍ୟାନ୍ସଙ୍କୁ ଭେଟିଲେ ଜଭଗଲ ଶ୍ରୀନାଥ, ଉପହାର ଧରି ଫଟୋ ଉଠାଇଲେ

Published By : Prameya-News7 Bureau | June 11, 2022 IST

ଭୁବନେଶ୍ୱର ୧୧।୦୬ : ଫ୍ୟାନ୍ସଙ୍କୁ ଭେଟିଲେ ଜଭଗଲ ଶ୍ରୀନାଥ । ଭାରତର ପୂର୍ବତନ ଦ୍ରୁତ ବୋଲର ତଥା ବର୍ତ୍ତମାନର ମ୍ୟାଚ ରେଫରି ଜଭଗଲ ଶ୍ରୀନାଥଙ୍କୁ  ଜଣେ ଫ୍ୟାନ୍ସଙ୍କୁ ଭେଟି ଉପହାର ଦେଇଛନ୍ତି । ଏହାସହିତ ଫ୍ୟାନ୍ସଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ।  

wp:html /wp:html

ଖବର ଅନୁଯାୟୀ, ହୋଟେଲେ ମେ ଫେୟାରରେ ରହଣୀ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଭେଟିବାକୁ ବହୁତ ସମୟ ଧରି ଅପେକ୍ଷା କରିଥିଲେ । ପରେ ଫ୍ୟାନଙ୍କୁ ଭେଟିବାକୁ ନିଜେ ବାହାରକୁ ଆସିଲେ ଶ୍ରୀନାଥ । ସେହିପରି ଫ୍ୟାନ୍ସ ଆଣିଥିବା ଉପହାରକୁ ମଧ୍ୟ ଶ୍ରୀନାଥ ନେଇଛନ୍ତି । ଏହାସହିତ ଉପହାର ଆଣିଥିବା ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଥିଲେ ଶ୍ରୀନାଥ । ପରେ ହୋଟେଲ୍‌ ଅଭିମୁଖେ ଯାଇଥିଲେ ଶ୍ରୀନାଥ ।

ସୂଚନାଯୋଗ୍ୟ ଯେ, ବାରବାଟିରେ ଟି-୨୦ ମ୍ୟାଚ୍‌ ଲାଗି ଦକ୍ଷିଣ ଅଫ୍ରିକା ଏବଂ ଭାରତୀୟ ଦଳ ହୋଟେଲେ ମେ ଫେୟାରରେ ରହିଛନ୍ତି । ଉଭୟ ଟିମ୍‌ ସହ ମ୍ୟାଚ୍‌ ପରିଚାଳକ ସଦସ୍ୟ ମଧ୍ୟ ଉପସ୍ଥିତ ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.