ଚତୁର୍ଥ ପର୍ଯ୍ୟାୟରେ ଶ୍ରୀନଗରରେ ମତଦାନ; ୨୪ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 13, 2024 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପ୍ରଥମ ଥର ସାଧାରଣ ନିର୍ବାଚନ ହେଇଛି । ଚତୁର୍ଥ ପର୍ଯ୍ୟାୟରେ କାଶ୍ମୀର ଘାଟି ମତଦାନ ଜାରି ରହିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସଂଧ୍ୟା ଯାଏ ଚାଲିବ । ପ୍ରାୟ ୧୭.୨୪ ଲକ୍ଷ ଭୋଟର ୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମୋଟ୍ ଭୋଟରଙ୍କ ମଧ୍ୟରୁ ୮.୭୩ ଲକ୍ଷ ପୁରୁଷ ଏବଂ  ୮.୭୦ ଲକ୍ଷ ମହିଳା ଭୋଟର ଏବଂ  ୫୩   ଟ୍ରାନ୍ସଜେଣ୍ଡର ରହିଛନ୍ତି । ତେବେ ମୋଟ୍ ମତଦାତାଙ୍କ ମଧ୍ୟରେ  ୫୨, ୧୦୦ ହିନ୍ଦୁ ଭୋଟର ରହିଛନ୍ତି । ୨୦୧୪ରେ ଶୀନଗରରେ ହୋଇଥିବା ନିର୍ବାଚନ ଉପରେ ନଜର ପକାଇଲେ ଏଠାରେ ୨୫.୧୯ ପ୍ରତିଶତ ଭୋଟିଂ ହୋଇଥିଲା । ସେହିପରି ୨୦୧୯ ନିର୍ବାଚନରେ ୧୫.୬ ପ୍ରତିଶତ ରହଛି । ୨୦୧୭ ଶ୍ରୀନଗର ଉପ-ନିର୍ବାଚନରେ ମାତ୍ର ୭.୧୨ ପ୍ରତିଶତ ଭୋଟ୍ ହୋଇଥିଲା ।  

ଶ୍ରୀନଗର ଲୋକସଭା ଆସନରୁ ନ୍ୟାସନାଲ କନଫ୍ରେନ୍ସରୁ  ଆଗା ଋହୁଲ୍ଲାହ ମେହଦୀ ପ୍ରାର୍ଥୀ ହୋଇଥିବା ବେଳେ ପିଡିପିରୁ ଓ୍ବାହିଦ ରେହମାନ ପ୍ରାର୍ଥୀ ହୋଇଛନ୍ତି । ଚଳିତ ନିର୍ବାଚନରେ 24ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି । ୩୫ ବର୍ଷରେ ଶ୍ରୀନଗରରେ ଏହା ପ୍ରଥମ ନିର୍ବାଚନ, ଯାହାକୁ କୌଣସି ରାଜନୈତିକ ଦଳ ବହିଷ୍କାର କରିନାହାନ୍ତି । 

ଶ୍ରୀନଗରରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଛି । ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ଉମର ଅବଦୁଲ୍ଲା ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । କାଶ୍ମୀର ଘାଟି ଏବେ ଥଣ୍ଡା ରହିଥିବା ବେଳେ ନିର୍ବାଚନ ତାତି ଏହାର ଉତ୍ତାପ ବଢ଼ାଉଛି 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.