ଶ୍ରୀମନ୍ଦିରରେ ନୂଆ କଟକଣା, ଶ୍ରୀମନ୍ଦିର ଭିତରକୁ ଆଜିଠୁ ସ୍ମାର୍ଟଫୋନ୍ ନିଷେଧ

Published By : Prameya-News7 Bureau | January 01, 2023 IST

ପୁରୀ ୦୧।୦୧ : ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା । ସ୍ମାର୍ଟ ଫୋନ ନେଇପାରିବେ ନାହିଁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ । ପୁର୍ବ ନିଷ୍ପତ୍ତି ମୁତାବକ ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହୋଇଛି । ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀମାନେ ସିଂହଦ୍ୱାର, ଦକ୍ଷିଣ ଦ୍ଵାର ଓ ପଶ୍ଚିମ ଦ୍ଵାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ସ୍ଵତନ୍ତ୍ର ମୋବାଇଲ୍ ଷ୍ଟାଣ୍ଡରେ ମୋବାଇଲ ରଖି ଭିତରକୁ ପ୍ରବେଶ କରୁଛନ୍ତି ।

ତେବେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବା ଯୋଗୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବା ପରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍ ପ୍ରବେଶ ନେଇ ଜନୁଆରୀ ପହିଲାରୁ କଟକଣା ଲଗାଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପାଇଁ ପାଳି ଥିବା ସେବକମାନେ କ୍ୟାମେରା ନଥିବା କି ପ୍ୟାଡ ଫୋନ୍ ନେଇକି ଯାଇ ପାରିବେ‌ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.