AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଆମିକସକ୍ୟୁରିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ; ଶ୍ରୀମନ୍ଦିର ସୁରକ୍ଷା ଲାଗି କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ? କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦିଅ…

24/08/2022 at 3:01 PM

କଟକ ୨୪।୦୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ କେଉଁ ପ୍ରକାରର ପଦକ୍ଷେପ ନିଆଯାଇଛି ? ଜଗମୋହନ ସମେତ ଅନ୍ୟାନ୍ୟ ମରାମତି କାର୍ଯ୍ୟର ସ୍ଥିତି କଣ ଅଛି ? ମନ୍ଦିର ସୁରକ୍ଷାକୁ ନେଇ ଆଉ କଣ କରାଯାଇପାରିବ ? କ୍ଷେତ୍ର ପରିଦର୍ଶନ କରି ସେ ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବା ପାଇଁ କୋର୍ଟମିତ୍ର ବା ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ଏହା ବ୍ୟତୀତ କୋଣାର୍କ ମନ୍ଦିରର ବାସ୍ତବ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ଲାଗି ଆମିକସକ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଖବର ଅନୁଯାୟୀ, ଶ୍ରୀମନ୍ଦିର ଜଗମୋହନ ମରାମତି ଏବଂ କୋଣାର୍କ ମନ୍ଦିର ସୁରକ୍ଷା ସମ୍ପର୍କରେ ଦାୟର ହୋଇଥିବା ଦୁଇଟି ଭିନ୍ନ ଭିନ୍ନ ମାମଲାର  ଏକତ୍ର ଶୁଣାଣୀ କରିଛନ୍ତି ହାଇକୋର୍ଟ । ଶ୍ରୀମନ୍ଦିର ଜଗମୋହନ ସମେତ ଅନେକ ପାର୍ଶ୍ଵ ମନ୍ଦିର ଗୁଡ଼ିକର ମରାମତି ଆବଶ୍ୟକ ହେଉଥିବା ବେଳେ ଏସବୁର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା  । ଯାହାର ଶୁଣାଣି କରିଛନ୍ତି ମାନ୍ୟବର କୋର୍ଟ ।

ସେହିପରି ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିର ବର୍ଷା ଦିନେ ଜଳାର୍ଣବ ହେଉଥିବାରୁ ମନ୍ଦିର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ପୂର୍ବରୁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ । ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇନାହିଁ । ତେଣୁ ଆମିକସକ୍ୟୁରି ଉଭୟ ମନ୍ଦିର ଗସ୍ତ କରି ସବିଶେଷ ବିବରଣୀ ପ୍ରସ୍ତୁତ କରିବା ଏବଂ ଅକ୍ଟୋବର ୧୮ ତାରିଖ ପୂର୍ବରୁ କୋର୍ଟରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦେଶ ଦେଇଛନ୍ତି କୋର୍ଟ ।

   Related Posts