oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଅପେକ୍ଷାର ହେଲା ଅନ୍ତ : ୨୨ରୁ ୨୪ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର ! କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ଦର୍ଶନ ଅନୁମତି

12/12/2020 at 3:13 PM

ପୁରୀ, ୧୨|୧୨:     ଭକ୍ତଙ୍କ ଅପେକ୍ଷାର ଅନ୍ତ ହେବ । ଖୋଲିବ ଶ୍ରୀମନ୍ଦିର । ଭକ୍ତ ନିଜର ଅତିପ୍ରିୟ ଠାକୁର କଳା ସାଆନ୍ତେଙ୍କୁ ଦେଖିବେ । ସୁଖଦୁଃଖ ହେବେ । ଗୁହାରୀ ମଧ୍ୟ ଶୁଣାଇବେ । ତେବେ ଅତିଶୀଘ୍ର ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

କରୋନା ମହାମାରୀ ପାଇଁ ଗତ ୮ ମାସ ହେବ ପୁରୀ ଶ୍ରୀମନ୍ଦର ବନ୍ଦ ରହିଛି । ଭକ୍ତଙ୍କୁ ଦର୍ଶନ ପାଇଁ ଛଡାଯାଉ ନାହିଁ । କେବଳ ନୀତିକାନ୍ତି ହିଁ ସମ୍ପାଦନ ହେଉଛି । ତେବେ କେବେ ଖୋଲିବ ଶ୍ରୀମନ୍ଦିର ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଭକ୍ତମାନେ ମଧ୍ୟ ମନ୍ଦିର ଖୋଲିବା ବାଟକୁ ଚାହିଁ ବସିଥିଲେ । ତେବେ ଅତିଶୀଘ୍ର ମନ୍ଦିର ଖୋଲିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଛତିଶା ନିଯୋଗ ବୈଠକ ପରେ ସେ ଏହା କହିଛନ୍ତି ।

ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ।  ୨ ଦିନ ମଧ୍ୟରେ ସରକାରଙ୍କୁ ସୁପାରିସ କରାଯିବ । ୨୨ ରୁ ୨୪ ତାରିଖ ମଧ୍ୟରେ ଖୋଲିବା ପାଇଁ ସରକାରଙ୍କୁ କୁହାଯିବ । ସରକାର ଅନୁମତି ଦେଲେ ମନ୍ଦିର ଖୋଲିବ । ପ୍ରଥମେ ପୁରୀ ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅଗ୍ରାଧିକାର ମିଳିବ । କରୋନା କଟକଣାରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭିଡ ଦୃଷ୍ଟିରୁ ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ୩ ତାରିଖରୁ ସାଧାରଣ ଦର୍ଶନ ଜାରି ରହିବ । ୩ ତାରିଖରୁ ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । ତେବେ ୬୫ ବର୍ଷରୁ ଅଧିକ ବୟସର ଲୋକ ଓ ଛୋଟ ପିଲାଙ୍କୁ ମନ୍ଦିର ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ୩ ତାରିଖ ପରେ ପୁରୀ ବାହାର ଲୋକ ଦର୍ଶନ କରିପାରିବେ । ଏହାସହ ସମସ୍ତ ଦ୍ୱାରକୁ ସାନିଟାଇଜ୍ କରାଯିବ । ଏଥିପାଇଁ ଏସଓପି ଜାରି କରାଯିବ । ତେବେ ନେଗେଟିଭ୍ ରିପୋର୍ଟ ଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି ।

   Related Posts