ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା: ଠାକୁରଙ୍କ ନୀତି ହେବ, ପାଳିଆ ସେବାୟତ ଯିବେ

Published By : Prameya-News7 Bureau | March 19, 2020 IST

ପୁରୀ, ୧୯|୦୩:  କରୋନା ପାଇଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ହେବ।  କାଲି ଠାରୁ ଶ୍ରୀମନ୍ଦିରକୁ  ସର୍ବସାଧରଣଙ୍କୁ ଯିବାକୁ ମନା । ​‌କେବଳ ମହାପ୍ରଭୁଙ୍କ ନୀତିକାନ୍ତି ହେବ । ସେଥିପାଇଁ ପାଳିଆ ସେବାୟତ ମାନେ ହିଁ ଶ୍ରୀମନ୍ଦିରକୁ ଯିବେ । କିନ୍ତୁ ମହାପ୍ରସାଦ ବାହାରିବା ଯାହାର ଦରକାର  ସେ ସୁପକାରଙ୍କ ଜରିଆରେ ନେଇ ପାରିବେ।  ଏପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଭକ୍ତ ମାନେ ସ୍ବାଗତ କରିଥିଲେ ବି ନିରାଶ ହୋଇଛନ୍ତି।

{"id":241141,"width":749,"height":456,"sizeSlug":"large"}

କରୋନା ଭାଇରସ ଭକ୍ତ ହୃଦୟକୁ ବିଦାରି ଦେଇଛି। ବନ୍ଦ ହୋଇଯିବ ସିଂହଦ୍ବାର। ବନ୍ଦ ହୋଇଯିବ କାଳିଆ ସାଆନ୍ତଙ୍କ ଦର୍ଶନ । ଦୂରେଇ ରହିବ ଭକ୍ତ । ଭାବରେ ବିହ୍ବଳ ହୋଇ ଭକ୍ତ ଆଉ ବାଇଶି ପାହାଚ ଛୁଇଁ ପାରିବନି । ଗରୁଡ଼ ସ୍ତମ୍ଭ ପଛରୁ ଠିଆ ହୋଇ ଗମ୍ଭୀରା ଭିତରର କାଳିଆ ଠାକୁରଙ୍କ ଚକାଚକା ଆଖିକୁ ଦେଖିପାରିବନି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଛି । କରୋନା ଧୀରେ ଧୀରେ କାୟାବିସ୍ତାର କରୁଥିବାରୁ ଲୋକଙ୍କ ଭିତରେ ସାମଜିକ ଦୂରତ୍ବ ବଜାୟ ରଖିବା ଉଦ୍ଦେଶ୍ୟରେ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଟକଣା ଜାରି ରହିବ।  

{"id":241142,"width":747,"height":555,"sizeSlug":"large"}

ପୂର୍ବରୁ ଶ୍ରୀମନ୍ଦିରରେ ଭକ୍ତ ଓ ସେବାୟତଙ୍କ ପାଇଁ କଟକଣା ଜାରି କରାଯାଇଥିଲା। ପରିବର୍ତ୍ତିତପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ଦର୍ଶନକୁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିରକୁ ଏବେ କେବଳ ପାଳିଆ ସେବାୟତମାନେ ହିଁ ଯାଇପାରିବେ। ମହାପ୍ରଭୁଙ୍କ ନୀତିକାନ୍ତି କରିବେ। ସେବାୟତଙ୍କ ପରିବାର ବର୍ଗ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ତେବେ  ମହାପ୍ରସାଦ ପ୍ରସ୍ତୁତିରେ କୌଣସି ବ୍ୟତିକ୍ରମ ହେବ ନାହିଁ। ଭକ୍ତମାନେ ଚାହିଁଲେ ବରାଦି ମହାପ୍ରସାଦ ମଧ୍ୟ ସୁପକାରଙ୍କ ସହାୟତାରେ ନେଇପାରିବେ ।

{"id":241143,"width":750,"height":592,"sizeSlug":"large"}

ଶ୍ରୀମନ୍ଦିରରେ ଏଭଳି କଟକଣା ପ୍ରଥମଥର । କରୋନାକୁ ଡରି ସେହି ମହାବାହୁଙ୍କୁ ଗୁହାରି କରିବାକୁ ଆସୁଥିଲା ଭକ୍ତ । ଏବେ କବାଟ ସିନା ବନ୍ଦ ହୋଇଛି ଡୋରି କିନ୍ତୁ ଛିଡ଼ିନି।   ଭାବ ଜାଣନ୍ତି ଭାବଗ୍ରାହୀ, ସାତଶ ପଚାଶ କୋଟି ଦୂରରୁ ଭକ୍ତର ଡାକ ଶୁଣୁଥିବା ସେହି ସାଆନ୍ତ କଣ ଜାଣିପାରିବେନି । ଏହି କଟକଣା ଭକ୍ତକୁ କଷ୍ଟ ଦେଇଛି ତଥାପି ସେମାନେ ଏହାକୁ ସ୍ବାଗତ କରିଛନ୍ତି। ବନ୍ଦ ସମୟରେ କିପରି ସେବାନୀତି ପୂଜା ଓ ମହାପ୍ରସାଦ ପ୍ରସ୍ତୁତ କରାଯିବ ସେନେଇ ସେବାୟତ ମାନେ ବସି ନିଷ୍ପତ୍ତି ନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.