ପହିଲି ଭୋଗ, ଧନୁ ସଂକ୍ରାନ୍ତି ନୀତି ଚୂଡାନ୍ତ : ଆବଶ୍ୟକ ପଡିଲେ ୧୬ ଓ ୩୧ ରାତିରେ ହେବନାହିଁ ରାତ୍ର ପହୁଡ

Published By : Prameya-News7 Bureau | December 08, 2023 IST

ପୁରୀ ୮।୧୨: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବ୍‌କମିଟି ବୈଠକ ଶେଷ ହୋଇଛି ।‌ ପହିଲି ଭୋଗ, ଧନୁ ସଂକ୍ରାନ୍ତି ନୀତି ଚୂଡ଼ାନ୍ତ ହୋଇଛି । ରାତ୍ର ୨ଟାରେ ଫିଟିବ ଦ୍ବାର । ୧୬ ତାରିଖ ରାତି ଓ ୩୧ ତାରିଖ ରାତିରେ ଆବଶ୍ୟକ ପଡ଼ିଲେ ରାତ୍ର ପହୁଡ଼ ହେବ ନାହିଁ ।

ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ ହେବ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମକୁ କଡାକଡି ଲାଗୁ କରାଯିବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ଵାରର ରାମ୍ପ୍ ବ୍ୟବସ୍ଥା କରାଯିବ । ୧୭ ତାରିଖ ଯାତ୍ରୀ ପରିକ୍ରମା ଲୋକାର୍ପଣ ପାଇଁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷର ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/bjd-executive-body-meet-on-14th-december/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjd-executive-body-meet-on-14th-december/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.