ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ ଉପରେ ପରିଚାଳନା କମିଟି ବୈଠକରେ ଚାଲିଛି ତର୍ଜମା

Published By : Prameya-News7 Bureau | December 20, 2019 IST

ପୁରୀ ୨୦।୧୨: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଚାଲିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର  କାର୍ଯ୍ୟକାରିତା ନେଇ ଚାଲିଛି ତର୍ଜମା । ସୁପ୍ରିମକୋର୍ଟ ନଭେମ୍ବର ୪ ତାରିଖରେ ଜାରି କରିଥିବା ୨୨ ଟି ମଧ୍ୟବର୍ତ୍ତୀ ଆଦେଶ ନେଇ ବୈଠକରେ ହେବ ଆଲୋଚନା ।

ଆଦେଶଗୁଡିକ ଉପରେ ଆଉ କଣ ସବୁ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ବୈଠକରେ ନିଷ୍ପତ୍ତି ହେବ । ଶ୍ରୀମନ୍ଦିର ପ୍ରଶାସନରେ ସ୍ଥାୟୀ ପ୍ରଶାସକ ନିଯୁକ୍ତିଠାରୁ ଆରମ୍ଭ କରି ଅନ୍ୟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କି କି ପଦକ୍ଷେପ ସବୁ ନିଆଯିବ ଏବଂ କୋର୍ଟକୁ କଣ ଜବାବ ଦିଆଯିବ ତାହା ବି ବୈଠକରେ ନିର୍ଣ୍ଣୟ ହେବ ।

ଶ୍ରୀମନ୍ଦିର ସୁପରିଚାଳନା ପାଇଁ ସୁପ୍ରିମକୋର୍ଟ ଦେଇଥିବା ୨୨ ଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ କାର୍ଯ୍ୟକାରି କରିବାକୁ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ଲୋଡା ଅଛି । ଏଥିପାଇଁ ପରିଚାଳନା କମିଠି ସୁପାରିସ କରିବାର ଆଭାସ ମିଳିଛି । ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୮ରେ ହେଉଛି । ତେଣୁ ପରିଚାଳନା କମିଟି ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.