ନାଟ ମଣ୍ଡପ ମରାମତି ପାଇଁ ରାତି ଅଧରେ ଖୋଲିଲା ଜଗା ଦୁଆର, କାଳିଆ ଦର୍ଶନ ପାଇଁ ଛୁଟିଲା ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | February 23, 2024 IST

ପୁରୀ,୨୩/୦୨: ଆଜିଠୁ ଆରମ୍ଭ ହୋଇ ନାଟମଣ୍ଡପ ମରାମତି କାମ । ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି କରାଯିବା ପରେ ସେଠାରେ ଦିଆଯିବ ଷ୍ଟେନଲେସ୍‌ ଷ୍ଟିଲ୍‌ ଭାରା । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ରାତି ୩ଟା ୧୪ରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ହୋଇଥିଲା ।

ମଙ୍ଗଳ ଆଳତୀ ଶେଷ ହୋଇ ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟୁଷ ୫ଟା ସୁଦ୍ଧା ସୂର୍ଯ୍ୟ ପୂଜା କରାଯାଇଛି । ତେବେ ରାତି ଅଧରେ ଜଗା ଦର୍ଶନ କରଥିଲେ ଶ୍ରଦ୍ଧାଳୁ । ସେହିଭଳି ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଦର୍ଶନବେଳେ କୌଣସି ଅସୁବିଧା ହେବନି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେବୃୟାରୀ ୨୩ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାଟମଣ୍ଡପ କାମ କରିବାକୁ ସମୟ ପାଇବ ଏଏସ୍‌ଆଇ ।

ମରାମତି ସମୟରେ ଶ୍ରଦ୍ଧାଳୁମାନେ ଗରୁଡ଼ ସ୍ତମ୍ଭ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇପାରିବେ ନାହିଁ । ସେମାନେ ଘଣ୍ଟି ଦ୍ୱାର ପାଖ ହୋଇ ଆସି ବାହାର କାଠ କିମ୍ବା ଭିତର କାଠ ଠାରେ ଠାକୁରଙ୍କୁ ଦର୍ଶନ କରି ଜାଲିଦ୍ୱାର କିମ୍ବା ବେହେରଣ ଦ୍ୱାର ବାଟେ ବାହାର ବେଢ଼ାକୁ ବାହାରିବେ । ପୁଲିସ ଓ ଜେଟିପି କର୍ମଚାରୀ ଏ ବାବଦ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ ।

you can also read....

wp:embed {"url":"https://www.prameyanews7.com/temprature-may-be-down-from-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/temprature-may-be-down-from-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.