ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଆରମ୍ଭ

Published By : Prameya-News7 Bureau | September 27, 2018 IST

ପୁରୀ ୨୭/୯ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି | ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଛି | ଜିଲ୍ଲାପାଳ, ଏସ୍ପିଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଅଛନ୍ତି | ଆଜି ଆସିପାରେ ବ୍ରହ୍ମ ବିଭ୍ରାଟ ରିପୋର୍ଟ | ୩ ଜଣିଆ ସବ୍ କମିଟିର ରିପୋର୍ଟ ମଧ୍ୟ ଆସିପାରେ | ଶ୍ରୀମନ୍ଦିର ଜମିଜମା ସଂକ୍ରାନ୍ତରେ ମଧ୍ୟ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ହୋଇପାରେ | ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ଆଲୋଚନା ହେବ | ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହ ପରିଚାଳନା କମିଟିର ସଦସ୍ୟ ଯୋଗ ଦେଇଛନ୍ତି | ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁକରଣ ପାଇଁ ହେବ ଆଲୋଚନା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.