ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ

Published By : Prameya-News7 Bureau | June 06, 2018 IST

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ଓ ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ଏହି ବିଶେଷ ନୀତି ପାଇଁ ଭକ୍ତମାନେ ପ୍ରାୟ ୪ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ଦ୍ବିତୀୟ ଭେ।ଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଦତ୍ତମହାପାତ୍ର ସେବକମାନେ ଠ।କୁରଙ୍କ ଶ୍ରୀମୁଖ ସିଂହାର କରିବେ । ବନକଲାଗି ସରିଲେ ଠାକରୁଙ୍କ ମହାସ୍ନାନ ହେବ । ତା’ପରେ ଠାକୁରଙ୍କ ଦ୍ବାର ଫିଟିବ । ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.