ଟି-୨୦ ବିଶ୍ବକପ : ନଇମ୍‌ ଏବଂ ମୁସ୍ତଫିଜୁରଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ବିଜୟ ଲକ୍ଷ୍ୟ ୧୭୨

Published By : Prameya-News7 Bureau | October 24, 2021 IST

ସାରଜାହା ୨୪/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ବାଂଲାଦେଶ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଜବାବରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୧ ରନ ସଂଗ୍ରହ କରିଛି ବାଂଲାଦେଶ । ଓପନର ମହମ୍ମଦ ନଇମ୍‌ ଏବଂ ମୁସ୍ତଫିଜୁର ରେହମାନଙ୍କ ଦମଦାର ଅର୍ଦ୍ଧଶତକ ବଳ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି ବାଂଲାଦେଶ । ମହମ୍ମଦ ନଇମ୍‌ ୬୨ ରନ କରି ଆଉଟ ହୋଇଥିବା ବେଳେ, ଲିଟନ୍‌ ଦାସ ୧୬, ସାକିବଲ ହାସନ ୧୦, ଅଫିଫ୍‌ ହୁସେନ ୭ ରନ କରି ଆଉଟ ହୋଇଛନ୍ତି । ମୁସ୍ତଫିଜର ରେହମାନ ୫୭ ଏବଂ ମହମ୍ମଦଉଲ୍ଲା ୧୦ ରନକରି ଅପରାଜିତ ଅଛନ୍ତି ।

ଶ୍ରୀଲଙ୍କା ପକ୍ଷରୁ ୭ ଜଣ ବୋଲରଂ ବୋଲିଂ ଭାର ସମ୍ଭାଳିଥିଲେ । ଚାମିରା କରୁଣାରତ୍ନେ ୩ ଓଭରରେ ୧୨ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ବିନୁରା ଫର୍ଣ୍ଣାଣ୍ଡୋ ୩ ଓଭରରେ ୨୭ ରନ ୧ ଓ୍ବିକେଟ, ଦୁଷ୍ମନ୍ତ ଚାମିରା ୪ ଓଭରରେ ୪୧ ରନ, ଲାହିରୁ କୁମାରା ୪ ଓଭରରେ ୨୯ ରନ  ଓ୍ବିକେଟ, ଚରିଥ୍‌ ଆଶାଲଙ୍କା​‌ ୧ ଓଭରରେ ୧୪ ରନ, ଓ୍ବାନିନ୍ଦ ହାସାରଙ୍ଗା ୩ ଓଭରରେ ୨୯ ରନ ଏବଂ ଦାସୁନ୍‌ ସାନାକା ୨ ଓଭରରେ ୧୪ ରନ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.