ଲିଡସ୍ : ଆଇସିସି କ୍ରିକେଟ୍ ୱାର୍ଲଡ କପ୍ ରେ ଶନିବାର ଅନୁଷ୍ଠିତ ମ୍ୟାଚ୍ ରେ ଶ୍ରୀଲଙ୍କା ୭ ୱିକେଟ୍ ହରାଇ କରିଛି ୨୬୪ ରନ୍। ଏଞ୍ଜେଲୋ ମେଥ୍ୟୁସ୍ ଙ୍କ ୧୧୩ ଓ ଥିରିମାନେଙ୍କ ୫୩ ରନ୍ ବଳରେ ଏହି ସ୍କୋର କରିଥିବା ବେଳେ ଭାରତ ପାଇଁ ୨୬୫ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଛି ଶ୍ରୀଲଙ୍କା। ଇଂଲଣ୍ଡ ଲିଡସ୍ ରେ ଅନୁଷ୍ଠିତ ମ୍ୟାଚ୍ ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
{"id":131110}ତେବେ ପ୍ରଥମରୁ ଟିମ ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହେବା ବେଳେ ୫ମ ଡାଉନରେ ଆସିଥିବା ଏଞ୍ଜେଲୋ ମେଥ୍ୟୁସ୍ ଟିମକୁ ମଜଭୁତ କରିଥିଲେ। ମାଥ୍ୟୁସ୍ ଙ୍କ ୧୧୩ ଓ ଥିରିମାନେଙ୍କ ୫୩ ରନ ବଳରେ ଟିମ୍ ୨୬୪ ରନରେ ପହଞ୍ଚିଛି। ଟିମ ଇଣ୍ଡିଆ ବୋଲର ଯଶପ୍ରୀତ ବୁମରାହଙ୍କୁ ୩ଟି ୱିକେଟ୍ ମିଳିଥିବା ବେଳେ ପାଣ୍ଡ୍ୟା-୨, ଜାଡେଜା-୧ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।