ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି : ୭ଜଣ ଗିରଫ

Published By : Prameya-News7 Bureau | April 21, 2019 IST

କଲମ୍ବୋ ୨୧/୪ : ସିରିଜ ବୋମା ବିସ୍ଫୋରଣରେ ଦୋହଲିଲା ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହର । କଲୋମ୍ବୋ ସହରର ତିନିଟି ଚର୍ଚ୍ଚ ଏବଂ ଅନ୍ୟ ଅଞ୍ଚଳରେ ଥିବା ତିନିଟି ଫାଇଭ୍ ଷ୍ଟାର ହୋଟେଲ, ଏକା ସାଙ୍ଗରେ ୬ଟି ଜାଗାରେ ଭୟଙ୍କର ବୋମା ବିସ୍ଫୋରଣ ଯୋଗୁ ୨୦୭ ରୁ ଅଧିକ ଲୋକଙ୍କ ମୃତ୍ୟୁ ,୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ନାଗରିକ ରହିଥିବା ସୂଚନା ମିଳିଛି ।

{"id":105854}

ଇଷ୍ଟର ପର୍ବ ପାଳନ ଚାଲିଥିବାବେଳେ ହୋଇଛି ଏହି ବିସ୍ଫୋରଣ ଘଟିଥିଲା । କଲୋମ୍ବ କୋଚ୍ଚିକେଡ୍, ନେଗେମ୍ବୋ ଏବଂ ବାଟ୍ଟିକାଲୋଆ ଚର୍ଚ୍ଚରେ ଇଷ୍ଟର ପର୍ବ ଧୁମଧାମକୁ ପାଳନ କରାଯାଉଥିବା ସମୟରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ସେହିପରି ଶାଙ୍ଗରୀ ଲା, ସିନ୍ନାମନ ଗ୍ରାଣ୍ଡ ଏବଂ କିଙ୍ଗସବରୀ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି ।

{"id":105857}

ସୂଚନା ଅନୁଯାୟୀ ଆଜି ସ୍ଥାନୀୟ ସମୟ ସକାଳ ୮ଟା ୪୫ରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ଆତଙ୍କବାଦୀ ଏହି ବୋମା ବିସ୍ଫୋରଣ କାଣ୍ଡ ଭିଆଇଥିୂବା ଅନୁମାନ କରାଯାଉଛି । କୌଣସି ସଂଗଠନ ବିସ୍ଫୋରଣ ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି । ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କୁ ଗିରଫ କରାଯାଇଛି |

{"id":105858}

ବୋମା ବିସ୍ପୋରଣ ଘଟଣାରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂଘେ ଜାତୀୟ ସୁରକ୍ଷା ପରିଷଦ ବୈଠକ ଡକାଇଛନ୍ତି । ବୈଠକରେ ସ୍ଥଳ, ବାୟୁ ଓ ନୌସେନାର ମୁଖ୍ୟଙ୍କ ସହ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ସହାୟତା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

{"id":105859}

ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରିପାଲ ଶିରିସେନା ବୋମା ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଲୋକମାନଙ୍କୁ ଶାନ୍ତି ବଜାଚୟ ରଖିବାକୁ ଅପିଲ କରିଛନ୍ତି । ଏପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମ ସ୍ବରାଜ କଲମ୍ବୋ ବିସ୍ଫୋରଣ ଘଟଣାରେ ଭାରତୀୟ ହାଇକମିଶନର କାର୍ଯ୍ୟାଳୟ ସହିତ ନିରନ୍ତର ଯୋଗାଯୋଗରେ ରହିଥିବା କହିଛନ୍ତି ।

{"id":105861}

ଶ୍ରୀଲଙ୍କାର ସ୍ଥିତି ଉପରେ କଡା ନଜର ରଖିଥିବା କହିଛନ୍ତି । ଶ୍ରୀଲଙ୍କାରେ ରହିଥିବା ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି।ଶ୍ରୀଲଙ୍କାରେ ଆତଙ୍କବାଦୀ ହମଲାକୁ କଡ ଶବ୍ଦରେ ନିନ୍ଦା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ।

{"id":105862}

୧୦ ଦିନ ପୂର୍ବରୁ ଶ୍ରୀଲଙ୍କାରେ ଆତ୍ମଘାତୀ ବିସ୍ଫୋରଣ ନେଇ ଆଗୁଆ ସତର୍କ ସୂଚନା ଦେଇଥିଲେ ଶ୍ରୀଲଙ୍କାର ଗୁଇନ୍ଦା ବିଭାଗ ।

{"id":105864}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.