ବାତିଲ ହେବନି ପାକ୍ ସିରିଜ୍, ନୂଆ ଟିମ୍ ଘୋଷଣା କଲା ଶ୍ରୀଲଙ୍କା

Published By : Prameya-News7 Bureau | September 11, 2019 IST

କଲମ୍ବୋ : ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ପାକ୍-ଶ୍ରୀଲଙ୍କା କ୍ରିକେଟ ସିରିଜ୍ ବାତିଲ ହେବନି। ଏଥିଲାଗି ପାକ୍ ବିପକ୍ଷରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ନୂଆ ଟିମ୍ ଘୋଷଣା କରିଛି। ଲାହିରୁ ଥିରିମାନେଙ୍କୁ ବୋର୍ଡ ୱାନଡେ ଟିମ୍ ର କ୍ୟାପ୍ଟେନ ଦାୟିତ୍ୱ ଅର୍ପଣ କରିଥିବା ବେଳେ ଦାଶୁନ ଶନାକାଙ୍କୁ ଟି-୨୦ ଟିମର କ୍ୟାପ୍ଟେନ ମନୋନୟ କରିଛି। 

{"id":156468}

ସୁରକ୍ଷାଗତ କାରଣ ଦର୍ଶାଇ ଶ୍ରୀଲଙ୍କା ନିୟମିତ କ୍ରିକେଟ୍ ଟିମର ୧୦ ଜଣ ଖେଳାଳି ପାକିସ୍ତାନ ଗସ୍ତରେ ଯିବେ ନାହିଁ ବୋଲି ମନା କରିଦେଇଥିଲେ। ଏଣୁ ପାକ୍ ସିରିଜକୁ ନେଇ ଅନିଶ୍ଚିତତା ଉପୁଜିଥିବା ବେଳେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଟୁର ଲାଗି ଟିମ୍ ଚୟନ କରିଛି। ଏଥିରେ ମିନୋଦ ବନୁକା ଓ ଭାନୁକା ରାଜପକ୍ଷେ ପାକ୍ ବିପକ୍ଷରେ ଖେଳି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବେ। ସେହିପରି ଗତ ବାଂଲାଦେଶ ଟୁରରୁ ବାଦ ପଡିଥିବା ବାମହାତୀ ସ୍ପିନର ଲଖନ ସନ୍ଦକନଙ୍କୁ ଟିମରେ ଜାଗା ମିଳିଛି।

{"id":156469}

୨୦୦୯ରେ ଉଗ୍ରବାଦୀ ଲାହୋରରେ ଶ୍ରୀଲଙ୍କା ଟିମର ବସ୍ ଉପରକୁ ଅନ୍ଧାଦୁନିଆ ଗୁଳିମାଡ କରିଥିଲେ। ଏହି ଘଟଣା ପରେ ଶ୍ରୀଲଙ୍କା ଟିମ୍  ଆଉ ଦ୍ୱିତୀୟବାର ପାକିସ୍ତାନ ଟୁର କରିନାହିଁ।  ପାକିସ୍ତାନ ମଧ୍ୟ ପୂର୍ବ ଭଳି ଦେଶରେ ଆଉ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ କରିନଥିଲା।  ତେବେ ଦେଶରେ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟର ଯୁଗ ଆରମ୍ଭ କରିବାକୁ ଇମ୍ରାନ ସରକାର ପଦକ୍ଷେପ ନେଇଥିବା ବେଳେ ପିସିବି ଶ୍ରୀଲଙ୍କାକୁ ଆମନ୍ତ୍ରଣ କରିଥିଲା। 

{"id":156470}

୨୭ ସେପ୍ଟେମ୍ବର ଟୁର ଲାଗି ଶ୍ରୀଲଙ୍କା ନିୟମିତ ଟିମର ଚୟନ ଲାଗି ସୁରକ୍ଷା ସମୀକ୍ଷା ବେଳେ  ଟି-୨୦ ଟିମ କ୍ୟାପ୍ଟେନ ଲସିଥ ମଲିଙ୍ଗା, ପୂର୍ବ କ୍ୟାପ୍ଟେନ ଏଞ୍ଜେଲୋ ମାଥ୍ୟୁସ୍ ଟୁର ପାଇଁ ରାଜି ହୋଇନଥିଲେ। ତାଙ୍କ ସହ ଅନ୍ୟ ଖେଳାଳି ଦିନେଶ ଚାନ୍ଦିମଲ, ସରଙ୍ଗା ଲକମଲ, ଦିମୁଥ କରୁଣାରତ୍ନେ, ତିସାରା ପେରେରା, ଅକିଲା ଧନଞ୍ଜୟ, କୁଶଲ ପେରେରା, ଧନଞ୍ଜୟ ଡିସିଲଭା ଓ ନିରୋଶନ ଡିକବେଲା ମଧ୍ୟ ଟୁର ଲାଗି ମନା କରିଦେଇଥିଲେ।  ଏଣୁ ସିରିଜକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶ୍ରୀଲଙ୍କା ବୋର୍ଡ ପିସିବିକୁ ଆଶ୍ୱସ୍ତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.