ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର
20/01/2019 at 7:29 AM

ଭୁବନେଶ୍ୱର ୨୦/୧ : ଦଳ ବିରୋଧୀ ମନ୍ତବ୍ୟ ଦେବା ଓ ପ୍ରଦେଶ କଂଗ୍ରେସର ପଦାଧିକାରୀଙ୍କ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେବା ଅଭିଯୋଗରେ ଶନିବାର ସନ୍ଧ୍ୟାରେ ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଗଲା ବୋଲି ବରିଷ୍ଠ ନେତା ଅନନ୍ତ ଦାସ ସୂଚନା ଦେଇଛନ୍ତି l ପ୍ରଦେଶ କଂଗ୍ରେସର ସୁପାରିଶ କ୍ରମେ ଏଆଇସିସି ଏହି ନିଷ୍ପତ୍ତି ନେଇଥିବା ଅନନ୍ତ ଦାସ କହିଛନ୍ତି | ନବ ଦାସ, ଜୋଗେଶ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏମାନଂକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅନୁମାନ କରାଯାଉଥିଲା |ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ଏନେଇ ସୂଚନା ଦେଇଛନ୍ତି |