ହାପି ବାର୍ଥ ଡେ' ଶ୍ରୀଦେବୀ : ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର

Published By : Prameya-News7 Bureau | August 13, 2022 IST

ବଲିଉଡ୍‌ର କ୍ଵିନ୍‌ ଶ୍ରୀଦେବୀ । ଶ୍ରୀଦେବୀରୁ ପାଲଟିଥିଲେ ଚାନ୍ଦିନୀ । ଦର୍ଶକଙ୍କ ହୃଦୟରେ ସାଜିଥିଲେ ହାୱା ହାୱାଇ ଗର୍ଲ । ହିନ୍ଦୀ ସିନେମା ଜଗତର ପ୍ରଥମ ମହିଳା ସୁପରଷ୍ଟାର୍‌। ଡ୍ୟାନ୍ସ ତ ଆଉ କିଏ ଅଭିନୟ ପାଇଁ ଦିୱାନା ଥିଲା। ଆଜି ହୁଏତ ଏହି ଦୁନିଆରେ ନାହାନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କୁ ମନେ ରଖିଛନ୍ତି। ୧୩ ଅଗଷ୍ଟ ୧୯୬୩ରେ ତାମିଲନାଡୁରେ ଜନ୍ମ ହୋଇଥିଲେ। ଇଣ୍ଡଷ୍ଟ୍ରିରେ ସେ ଏକ ବଡ ସ୍ଥାନ ସୃଷ୍ଟି କରିଛନ୍ତି। ଜାଣନ୍ତୁ ଜନ୍ମ ଦିନରେ ତାଙ୍କର କିଛି ଅଭୁଲା କଥା।

Sridevi Wallpapers - Top Free Sridevi Backgrounds - WallpaperAccess

 ଅଶି ଦଶକରୁ ନବେ ଦଶକ ଥିଲା। ତାଙ୍କର ସୁବର୍ଣ୍ଣ ଯୁଗ। ତାମିଲ,ତେଲୁଗୁ,ହିନ୍ଦୀ,ମାଲାୟାଲମ୍‌,କନ୍ନଡ଼ ସିନେମାର ଚର୍ଚ୍ଚିତ ନାୟିକା। ୧୯୬୭ରେ ସେ ପ୍ରଥମେ ତାମିଲ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ୪ ବର୍ଷରେ ବେଷ୍ଟ୍‌ ଚାଇଲଡ୍‌ ଆର୍ଟିଷ୍ଟ ଭାବେ ଫିଲ୍ମ ଫେୟାର ଆଓ୍ବାର୍ଡ଼ ପାଇଥିଲେ।

Sridevi - The Icon: Her Notable Performances - Masala

ତାଙ୍କର ପୂରା ନାମ ଶ୍ରୀ ଆମ୍ମା ଆୟାପନ୍ ୟଙ୍ଗର୍ । ଅଭିନୟ ଜଗତକୁ ଆସିବା ପରେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।  ‘ହିମ୍ମତଓ୍ବାଲା’ ସିନେମା ମାଧ୍ୟମରେ ପବ୍ଲିସିଟି ପାଇଥିଲେ। ଜିତେନ୍ଦ୍ରଙ୍କ ବିପକ୍ଷରେ ଅଭିନୟ କରି ରାତାରାତି ପାଲଟିଯାଇଥିଲେ ସୁପରଷ୍ଟାର । ଜିତେନ୍ଦ୍ର-ଶ୍ରୀଦେବୀ ଯୋଡ଼ି ଥିଲା ଖୁବ୍‌ ଚର୍ଚ୍ଚାରେ । ଏହା ବ୍ୟତୀତ ଧର୍ମେନ୍ଦ୍ର ଓ ତାଙ୍କ ପୁଅ ସନ୍ନି ଦେଓଲ, ଅନୀଲ କପୁରଙ୍କ ବିପକ୍ଷରେ ନାୟିକା ଭାବେ ଦେଖାଇଥିଲେ ଜବରଦସ୍ତ ଅଭିନୟ। ଦର୍ଶକଙ୍କ କିଣିନେଇଥିଲେ ମନ।

When Jeetendra suffered a loss of ₹2.5 cr 40 years ago, forgot everything  when Himmatwala opposite Sridevi became a hi | Bollywood - Hindustan Times

ସିନେମା ଗୁଡ଼ିକ ମଧ୍ୟରେ ଜାନି ଦୋସ୍ତ,ବଳୀଦାନ,ଘର ସଂସାର,ସୋନେ ପେ ସୁହାଗା,ହିମ୍ମତ ଔର ମେହନତ , ନୟା କଦମ,ମାଷ୍ଟରଜୀ,ଚାନ୍ଦିନୀ,ଚାଲବାଜ,ଲାଡଲା,ଜୁଦାଇ ଆଦି ସୁପରଷ୍ଟାର ଭାବେ ମାନ୍ୟତା ପ୍ରଦାନ କଲା। ୩୦୦ରୁ ଉର୍ଦ୍ଧ୍ବ ସିନେମାରେ ଅଭିନୟ କରିଥିଲେ । ଶ୍ରୀଦେବୀଙ୍କୁ ୨୦୧୩ରେ ଭାରତ ସରକାରଙ୍କ ଦ୍ବାରା ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ନ୍ୟାସନାଲ ଫିଲ୍ମ ଆକ୍ଟ୍ରେସ୍‌ ଭାବେ ପାଇଛନ୍ତି। ସେ କେବଳ ନାୟିକା ନୁହେଁ ପ୍ରଯୋଜିକା ଭାବେ ମଧ୍ୟ ଅନେକ ସିନେମା ନିର୍ମାଣ କରିଛନ୍ତି।

Sridevi Beautiful Photos beautiful photos of Sridevi | Sridevi: श्रीदेवी के  hd और hq फोटोज | Patrika News

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.