Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇରାକରେ ମିଳିଲା ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ୬ ହଜାର ବର୍ଷ ପୁରୁଣା ସ୍ମାରକୀ

16/06/2019 at 5:35 PM

ସିଲେମାନିଆ:  ଭାରତରୁ ହଜାର ହଜାର କିଲୋମିଟର ଦୂର ଇରାକରେ ପ୍ରତ୍ନତାତ୍ୱିକ ଅନୁସନ୍ଧାନ ବେଳେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଓ ପରମ ଭକ୍ତ ହନୁମାନଙ୍କର ପ୍ରାୟ ୬ ହଜାର ବର୍ଷ ପ୍ରାଚୀନ ସ୍ମାରକୀ ଆବିଷ୍କୃତ ହୋଇଛି। ଏଥିରୁ ଭଗବାନ ଶ୍ରୀରାମଙ୍କ କଥା କେବଳ ଯେ ପୌରାଣିକ ଆଖ୍ୟାନ ନୁହେଁ ଏହା ସତ୍ୟ ପ୍ରମାଣିତ ହୋଇଛି। ଏଣୁ ରାମକଥାର ବାସ୍ତବିକତାକୁ ନେଇ ଥିବା ସମସ୍ତ ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଛି। ଇରାକର କୁର୍ଦ୍ଦିସ୍ତାନୀ ସହର ସିଲେମାନିଆରୁ ଏହି ପୁରାତାତ୍ୱିକ ପୁନରୁଦ୍ଧାର ହୋଇଛି। 

ବେଲୁଲା ବାଇପାସ୍ ନିକଟରେ ଥିବା ଏକ ପାହାଡରେ ଖୋଦେଇ ହୋଇଥିବା ଏହି ଚିତ୍ର ରାମକଥାର ବର୍ଣ୍ଣନା କରୁଛି। ଯେଉଁଥିରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଦ୍ୱାରା ପରାଜିତ ଶତ୍ରୁ ନିମନ୍ତେ ହନୁମାନଙ୍କ ଭଳି ଏକ ପ୍ରତିମା ଆଣ୍ଠେଇ କ୍ଷମାଯାଚନା କରୁଥିବା ଦେଖାଯାଇଛି। ପର୍ବତ ଗାତ୍ରରେ ଖୋଦିତ ଏହି ଚିତ୍ର ପ୍ରାୟ ୬ ହଜାର ବର୍ଷ ପୁରୁଣା ବୋଲି  ସିଲେମାନିଆ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱ ମହାବିଦ୍ୟାଳୟର ସହାୟକ ଲେକ୍ଚରର ଉସ୍ମାନ ତୁଫିକ ଦାବି କରିଛନ୍ତି।

ପାହଡରେ ଖୋଦେଇ ହୋଇଥିବା ଚିତ୍ରକୁ ପ୍ରତ୍ନତାତ୍ୱିକମାନେ ସୁମେର ସହ ସାମଞ୍ଜସ୍ୟ କରୁଛନ୍ତି। ପାହାଡକୁ ସ୍ଥାନୀୟ ଲୋକେ ଲର୍ସାର ଅରାରାମା ବୋଲି କହୁଥିବା ବେଳେ ସୁମେରର ଡେଲମୁନ ବଣିକଙ୍କ ଦ୍ୱାରା  ପର୍ବତ ଗାତ୍ରରେ ଏଭଳି ଖୋଦେଇ କରାଯାଇଥିବା ଅନୁମାନ କରାଯାଉଛି । ଖୋଦେଇ ସହ କିଛି ଶିଳାଲିପି ମଧ୍ୟ ରହିଛି। ଯାହା ସୁମେରିୟ ଶିଳାଲିପି ବୋଲି ବିଶ୍ୱାସ କରାଯାଉଥିବା ବେଳେ ପ୍ରାଚୀନ ସମୟରେ ଭାରତ ସହ ମେସପଟାମିଆ (ଆଜିର ଇରାକ)ର ସମ୍ପର୍କକୁ ପୁଣି ଉଜ୍ଜିବିତ କରିଛି। ଏ ନେଇ ଇରାକ ସରକାର ଭାରତ ସରକାରଙ୍କୁ ଏକ ପତ୍ର ଲେଖି ଜଣାଇବା ସହ ଶିଳାଲେଖ ଓ ପୁରାତାତ୍ୱିକ କିର୍ତିର ଗବେଷଣା ନିମନ୍ତେ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି।  

   Related Posts