ପୁରୀ ୨୫।୦୬ : ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ। ଆୟୁର୍ବେଦ ଚିକିତ୍ସାର ପ୍ରୟୋଗଶାଳା ପାଲଟିଛି ଶ୍ରୀମନ୍ଦିର। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟା ଯିବା ପରେ ଶ୍ରୀଅଙ୍ଗ ଫିଟା ନୀତି ଆଜି କରାଯିବ।
ତେବେ ଜ୍ୱର ଯୋଗୁଁ ଛପନ ପଉଟି ଭୋଗ ଖାଉଥିବା ମହାପ୍ରଭୁଙ୍କୁ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି। ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ କେବଳ ଶୁକ୍ଳ ଫୁଲ ଲାଗି ହେଉଛନ୍ତି। ଗୁରୁବାର ମହାପ୍ରଭୁଙ୍କୁ ବଡ଼ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରି ତେଲ ଲାଗି ହେବା ପରେ ମହାପ୍ରଭୁ ଜ୍ବରରୁ ସୁସ୍ଥତା ଅନୁଭବ କରିବେ।