ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ଚୂଡାନ୍ତ ହେବ ନୀତି ନିର୍ଘଣ୍ଟ

11/06/2019 at 12:04 PM

ପୁରୀ ୧୧|୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି । ଗଜପତି ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତି ନିର୍ଘଣ୍ଟ ଚୂଡାନ୍ତ ହେବ । ନୀତି ସବ୍ କମିଟି ଓ ଛତିଶାନିଯୋଗ ବୈଠକରେ ଯେଉଁ ନୀତି ନିର୍ଘଣ୍ଟ କରାଯାଇଛି ତା ଉପରେ ଆଲୋଚନା କରି ମୋହର ମାରିବ ପରିଚାଳନା କମିଟି ।

ଏହା ସହିତ ରଥଯାତ୍ରାର ସିଧାପ୍ରସାରଣ ନେଇ ହୋଇଥିବା ବିଡିଂ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଏହାକୁ ନେଇ ବିବାଦ ଉପୁଜି ଥିବାରୁ ପରିଚାଳନା କମିଟି କି ପ୍ରକାର ନିଷ୍ପତ୍ତି ନେଉଛି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ନୀତି ପ୍ରଶାସକ ବିଶ୍ୱଜିତ୍ ବିଶ୍ୱଆଳ, ଜିଲ୍ଲାପାଳ ବଲବନ୍ତ ସିଂହ, ଏସପି ଉମାଶଙ୍କର ଦାସ୍ ଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି ।

   Related Posts