Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

୪୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା, ୬ଟି ବୋଟ୍‌ ମଧ୍ୟ ଜବତ : ସୀମା ପାର୍‌କରି ଧରୁଥିଲେ ମାଛ

19/12/2021 at 9:47 PM

ନୂଆଦିଲ୍ଲୀ ୧୯/୧୨ : ଅବୈଧ ଭାବେ ମାଛ ଧରାକୁ କେନ୍ଦ୍ରକରି ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କା ନୌସେନା । ପ୍ରାୟ ୪୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିନେଇଛି ଶ୍ରୀଲଙ୍କାର ନୌସେନା । ଏହା ସହିତ ମତ୍ସ୍ୟଜୀବୀଙ୍କର ୬ଟି ବୋଟ୍‌ ମଧ୍ୟ ଶ୍ରୀଲଙ୍କାର ନୌସେନା ବାହିନୀ ଜବତ କରିନେଇଛନ୍ତି । ଏ ନେଇ ଅଧିକାରିକ ଭାବେ ସୂଚନା ଦିଆଯାଇଛି ।

ଶ୍ରୀଲଙ୍କା ନୌସେନା ଜାଫନାର ଡେଲଫ୍ଟ ଦ୍ୱୀପର ଦକ୍ଷିଣ ପୂର୍ବ ସମୁଦ୍ର ଅଞ୍ଚଳରେ ଏହି ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ବିବୃତ୍ତିରେ ଶ୍ରୀଲଙ୍କା ନୌସେନା କହିଛି ଯେ, ଡିସେମ୍ବର ୧୮ ତାରିଖ ରାତିରେ ଜାଫନାର ଡେଲଫ୍ଟ ଦ୍ୱୀପରୁ ଦକ୍ଷିଣ-ପୂର୍ବ ସାଗରରେ ନୌସେନା ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅପରେସନରେ ଶ୍ରୀଲଙ୍କା ସମୁଦ୍ର ସୀମାରେ ୬ଟି ଭାରତୀୟ ଡଙ୍ଗା ସହ ୪୩ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରାଯାଇଛି ।

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାପରେ କୋଭିଡ୍‌ ନିୟମ ଅନୁଯାୟୀ ସେମାନଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି । ଏହାପରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀଲଙ୍କା ନୌସେନା କହିଛି । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି । ଶ୍ରୀଲଙ୍କାର ମତ୍ସ୍ୟଜୀବୀ ମଧ୍ୟ ଭାରତୀୟ ସୀମାରେ ପଶି ମାଛ ଧରୁଥିବା ବେଳେ ଭାରତୀୟ ନୌସେନା ଦ୍ବାରା ଗିରଫ ହୋଇଛନ୍ତି ।

   Related Posts