oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତକୁ ୪ ଓ୍ଵିକେଟ୍‌ରେ ମାତ୍ ଦେଲା ଶ୍ରୀଲଙ୍କା, ଟି-୨୦ ସିରିଜ୍ ୧-୧ରେ ବରାବର

28/07/2021 at 11:30 PM

କଲୋମ୍ବୋ ୨୮।୦୭: ଜଣେ କି ଦୁଇ ଜଣ ନୁହେଁ ୮ ଖେଳାଳିଙ୍କ ବିନା ନବାଗତ ଦଳକୁ ନେଇ ପଡିଆକୁ ଓହ୍ଲାଇଲା ଭାରତୀୟ ଦଳ। ହେଲେ ଏହାର ଚାପ ସମ୍ଭାଳି ପାରିଲାନି ଟିମ୍ ଇଣ୍ଡିଆ। ଦ୍ଵିତୀୟ ମୁକାବିଲାରେ ଶ୍ରୀଲଙ୍କାଠୁ ପରାଜିତ ହେଲା। କଲୋମ୍ଵୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଶ୍ରୀଲଙ୍କା ଧନଞ୍ଜୟ ଡି ସିଲଭାଙ୍କ ଅପରାଜିତ ୪୦ ରନ ଇନିଂସ ବଳରେ ଭ୍ରମଣକାରୀ ଭାରତକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ତିନି ମ୍ୟାଚ୍‌ର ଟି-୨୦ ସିରିଜ୍‌କୁ ୧-୧ ସମାନ ସ୍ତରକୁ ଆଣିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୨ ରନ କରିଥିଲା। ଭାରତ ପକ୍ଷରୁ ଶିଖର ଧାଓ୍ଵନ ସର୍ବାଧିକ ୪୦ ରନ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।  ଧନଞ୍ଜୟ ଡି ସିଲଭା ଅପରାଜିତ ୪୦ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସିରିଜ୍‌ର ନିର୍ଣ୍ଣାୟକ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ।

୧୩୩ ରନର ପିଛା କରିଥିବା ଶ୍ରୀଲଙ୍କାର ବ୍ୟାଟସମ୍ୟାନକୁ ଭାରତର ସ୍ପିନର ବାନ୍ଧି ରଖିଥିଲେ। ୧୨ ରନ ସ୍କୋରରେ ଅଭିଷ୍କା ଫର୍ଣ୍ଣାଡୋ(୧୧)ଙ୍କୁ ଭୁବନେଶ୍ଵର କୁମାର ଆଉଟ୍ କରିଥିଲେ। ସଦିରା ସମରାବିକ୍ରମା(୮)ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଆଉଟ୍ କରି ଦ୍ଵିତୀୟ ସଫଳତା ଦେଇଥିଲେ। ଦାସୁନ ଶନାଙ୍କା(୩) ଓ ଓ୍ଵାନିନ୍ଦୁ ହସରଙ୍ଗା(୧୫) ପାଭିଲିୟନ ଫେରିଥିଲେ। ୯୪ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଶ୍ରୀଲଙ୍କା ମ୍ୟାଚ୍‌ରେ ବ୍ୟାକଫୁଟ୍‌ରେ ଥିଲା।

ହେଲେ ଧନଞ୍ଜୟ ଡି ସିଲଭା କ୍ରିଜରେ ଜମି ରହି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ୧୦୫ ରନ ସ୍କୋରରେ ରମେଶ ମେଣ୍ଡିସ୍‌(୨) ଆଉଟ୍ ହୋଇଥିଲେ। ଲାଗୁଥିଲା ଭାରତୀୟ ଦଳ ମ୍ୟାଚ୍ ଜିତିଯିବ। କିନ୍ତୁ ଡି ସିଲଭା ଓ ଚମିରା କରୁଣାରତ୍ନେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ସିଲଭା ୩୪  ବଲ୍‌ରୁ ୧ ଚୌକା ଓ ୧ ଛକା ସହ ୪୦ ରନର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ଚାମିକା କରୁଣାରତ୍ନେ ୬ ବଲ୍‌ରୁ ୧୨ ରନର ଦ୍ରୁତ ବ୍ୟାଟିଂ କରିଥିଲେ। ଶ୍ରୀଲଙ୍କା ୧୯.୪ ଓଭରରେ ୧୩୩ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

 ଭାରତୀୟ ଦଳ ପକ୍ଷରୁ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଭୁବନେଶ୍ଵର କୁମାର, ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ଓ ଚେତନ ସକାରିଆ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts