suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଅକ୍ଷରଙ୍କ ବିସ୍ଫୋରକ ବ୍ୟାଟିଂ ବୃଥା, ଭାରତକୁ ୧୬ ରନରେ ହରାଇଲା ଶ୍ରୀଲଙ୍କା, ଟି-୨୦ ସିରିଜ୍‌ ୧-୧ରେ ବରାବର

5/01/2023 at 10:51 PM

ପୁଣେ: ଅକ୍ଷର ପଟେଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବୃଥା। ପୁଣେରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ରେ ଶ୍ରୀଲଙ୍କା ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ଭାରତକୁ ୧୬ ରନରେ ପରାସ୍ତ କରିଛି। ଶ୍ରୀଲଙ୍କାର ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ବରାବର ସ୍ଥିତିରେ ରହିଛି। ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ୨୦୭ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୦ ରନରେ ସୀମିତ ରହିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକାଙ୍କ ବିସ୍ଫୋରକ ୫୬ ରନ ଏବଂ କୁଶଲ ମେଣ୍ଡିସଙ୍କ ୫୨ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୬ ରନ କରିଥିଲ। ଜବାବରେ ଭାରତ ଅକ୍ଷର ପଟେଲ୍‌ଙ୍କ ବିସ୍ଫୋରକ ୬୫ ରନ ଏବଂ  ସୂର୍ଯ୍ୟକୁମାର ଯାଦବଙ୍କ ୫୧ ରନ ଇନିଂସ ସତ୍ତ୍ଵେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୦ କରିବାକୁ ସକ୍ଷମ ହୋଇଥିଲା। ସିରିଜ୍ ୧-୧ରେ ବରାବର ରହିବା ପରେ ଏବେ ନିର୍ଣ୍ଣାୟକ ମୁକାବିଲା ଜାନୁଆରୀ ୭ରେ ରାଜକୋଟ୍‌ରେ ଖେଳାଯିବ।

୨୦୭ ରନର ବିଶାଳ ଲକ୍ଷ୍ୟ ପିଛା କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ୨୧ ରନରେ ଭାରତ ୩ଟି ଓ୍ଵିକେଟ୍  ହରାଇଥିଲା। ଇଶାନ କିଷନ(୨), ଶୁବମାନ ଗିଲ୍(୫) ଏବଂ ରାହୁଲ ତ୍ରିପାଠୀ(୫) କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୧୨) ମଧ୍ୟ ନିରାଶ କରିଥିଲେ। ଦୀପକ ହୁଡ୍ଡା(୯) ବି କିଛି କରିପାରିନଥିଲେ। ୫୭ ରନରେ ୫ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିଲା ଭାରତ। ତେବେ ସୂର୍ଯ୍ୟକୁମାର ଯାଦବ ଏବଂ ଅକ୍ଷର ପଟେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ବିଶେଷ କରି ଅକ୍ଷର ପଟେଲ୍ କ୍ରିଜ୍‌କୁ ଓହ୍ଲାଇବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହିକ୍ରମରେ ଅକ୍ଷର ପଟେଲ୍ ମାତ୍ର ୨୧ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଷଷ୍ଠ ଓ୍ଵିକେଟ୍‌ରେ ୯୧ ରନ ଯୋଡି ଭାରତର ବିଜୟ ଆଶା ଉଜ୍ଜୀବିତ ରଖିବା ସହ ମ୍ୟାଚ୍‌କୁ ସଂଘର୍ଷପୂର୍ଣ୍ଣ କରାଇଥିଲେ।।

ତେବେ ୧୪୮ ରନର ସ୍କୋରରେ ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଭାରତକୁ ଶକ୍ତ ଧକ୍କା ଲାଗିଥିଲା। ସେଟ୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୩୬ ବଲ୍‌ରୁ ୩ ଚୌକା ଏବଂ ୩ ଛକା ସହ ୫୧ ରନରେ ଆଉଟ୍ ହୋଇଥିଲେ। ଏଥିସହ ଭାରତର ବିଜୟ ଆଶା ମଉଳିଥିଲା। ଅକ୍ଷର ପଟେଲ୍ ଶେଷ ଓଭର ପର୍ଯ୍ୟନ୍ତ ଲଢିଥିଲେ ହେଁ ଭାରତକୁ ପରାଜୟରୁ ବଞ୍ଚାଇ ପାରିନଥିଲେ। ଶିବମ ମାଭି ୧୫ ବଲ୍‌ରୁ ୨୬ ରନ କରିଥିଲେ। ୨୦ତମ ଓଭରରେ ଅକ୍ଷର ପଟେଲ୍‌ ୩୧ ବଲ୍‌ରୁ ୩ ଚୌକା ଏବଂ ୬ ଛକା ସହ ୬୫ ରନ କରି ପାଭିଲିୟନ ଫେରିଥିଲେ। ଶେଷରେ ଭାରତ ନିର୍ଦ୍ଧାରିତ ଓଭରରେ ଭାରତ ୮ ଓ୍ଵିକେଟ୍ ହରାଇ ୧୯୦ ରନ କରିପାରିଥିଲା।

   Related Posts