oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ଜଳୁଛି ଶ୍ରୀଲଙ୍କା, ସାରା ଦେଶରେ କର୍ଫ୍ୟୁ, ହିଂସାରେ ଶାସକ ଦଳ ସାଂସଦଙ୍କ ମୃତ୍ୟୁ

9/05/2022 at 10:13 PM

କଲମ୍ବୋ ୯।୫:  ଗୁରୁତର ଆର୍ଥିକ ସଂକଟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଛନ୍ତି। ତାଙ୍କର ଏପରି ଇସ୍ତଫା ଏବେ ନିଆଁରେ ଘିଅ ସଦୃଷ ହୋଇଛି। ସାରା ଦେଶରେ ହିଂସାର ସୂତ୍ରପାତ ହୋଇଥିବା ବେଳେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ କର୍ଫ୍ୟୁ ଜାରି ହୋଇଛି। ତେବେ ହିଂସା ଏବେ ଥମୁନଥିବା ବେଳେ ଏଥିରେ ଶାସକ ଦଳର ଜନୈକ ସାଂସଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ରାଜପକ୍ଷେଙ୍କ ଇସ୍ତଫା ପରେ ଦେଶରେ ଲୋକେ ଉପଦ୍ରବ କରିବା ଆରମ୍ଭ କରିଦେଇଛନ୍ତି। ହିଂସାତ୍ମକ ପ୍ରଦର୍ଶନ ଯୋଗୁ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇଛି। ହିଂସାରେ ଅନେକ ଲୋକ ହତାହତ ହୋଇଥିବା ବେଳେ ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆର୍ଥିକ ସଂକଟ ଯୋଗୁ ଦେଶରେ ବିଗୁଡୁଥିବା ପରିସ୍ଥିତିରେ ରାଜପକ୍ଷେଙ୍କୁ ତାଙ୍କ ପାର୍ଟିରେ ବିରୋଧ ଆରମ୍ଭ ହୋଇଯାଇଥିଲା। ସାରା ଦେଶରେ ବିକ୍ଷୋଭ ଓ ପ୍ରଦର୍ଶନ ଜାରିଥିବା ବେଳେ ମହିନ୍ଦା ରାଜପକ୍ଷେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଦୀର୍ଘ ମାସରୁ ଜାରି ବ୍ଲାକ୍ ଆଉଟ୍, ଖାଦ୍ୟାଭାବ, ଇନ୍ଧନ ଏବଂ ଔଷଧର ଅଭାବ ଶ୍ରୀଲଙ୍କାକୁ ସରକାର ବିରୋଧୀ ପ୍ରଦର୍ଶନ ମଧ୍ୟରେ ଛିଡା କରିଦେଇଛି। ଏଥିରେ ପ୍ରଧାନମନ୍ତ୍ରୀ ଦେଶବାସୀ ଓ ସଂସଦୀୟ ଦଳଙ୍କୁ ଧୈର୍ଯ୍ୟ ଧରିବାକୁ ବାରମ୍ବାର ପରାମର୍ଶ ଦେଉଥିଲେ ବି କେହି ଧୈର୍ଯ୍ୟ ଧରିବା ଅବସ୍ଥାରେ ଏବେ ନାହାନ୍ତି।

ଆର୍ଥିକ ସଂକଟରେ ଦେଶକୁ ଆର୍ଥିକ ସମାଧାନର ଆବଶ୍ୟକତା ଥିବା ରାଜପକ୍ଷେ କହିଥିଲେ। ଏଣୁ ଜଜନତା ସଂଜମତା ଅବଲମ୍ବନ କରନ୍ତୁ ହିଂସା କେବଳ ହିଂସାକୁ ହିଁ ଜନ୍ମ ଦିଏ ବୋଲି ରାଜପକ୍ଷେ କହିଥିଲେ। ପରିସ୍ଥିତିର ସମାଧାନ ଲାଗି ପ୍ରଶାସନ ଉଦ୍ୟମ କରୁଥିବା ମଧ୍ୟ ରାଜପକ୍ଷେ କହିଥିଲେ। ତେବେ ଦେଶରେ ସରକାର ସପକ୍ଷ ଓ ବିରୋଧୀଙ୍କ ବିକ୍ଷୋଭ ଉଗ୍ର ହେବାରେ ଲାଗିଥିବା ବେଳେ ରଜପକ୍ଷେ ଶେଷରେ ପଦରୁ ଇସ୍ତଫା ଦେଇ ପଳାଇଛନ୍ତି।    

   Related Posts