ନୂଆଦିଲ୍ଲୀ: ଶ୍ରୀଲଙ୍କା ମଙ୍ଗଳବାର ବିଶ୍ଵକପ୍ ୨୦୨୩ ପାଇଁ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। ଜଣେ ଖେଳାଳିଙ୍କୁ ଟ୍ରାଭେଲ ରିଜର୍ଭ ଭାବେ ଦଳରେ ସାମିଲ୍ କରାଯାଇଛି। ବିଶ୍ଵକପ୍ ଦଳର ନେତୃତ୍ଵ ନେବେ ଦାସୁନ ଶନାକା। ଏସିଆ କପ୍ ଫାଇନାଲ୍ରେ ଶୋଚନୀୟ ପରାଜୟ ପରେ ଶନାକାଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠିଥିଲା। ତାଙ୍କୁ ବିଶ୍ଵକପ୍ ପାଇଁ ଅଧିନାୟକ ନିଯୁକ୍ତ କରାଯିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଥିଲା। ତେବେ ପରିଶେଷରେ ଶନାକାଙ୍କ ହାତରେ ରହିଛି ଅଧିନାୟକ ଦାୟିତ୍ଵ। କିନ୍ତୁ ଶ୍ରୀଲଙ୍କା ଦଳକୁ ବଡ଼ ଝଟକା ଲାଗିଛି। ଷ୍ଟାର ସ୍ପିନର ଓ୍ଵାନିନ୍ଦୁ ହସରଙ୍ଗା ବିଶ୍ଵକପ୍ରେ ଖେଳିବେ ନାହିଁ।
wp:heading {"level":4}Also read- ପାକିସ୍ତାନ ଟିମ୍କୁ ମିଳିଲା ବିଶ୍ଵକପ୍ ପାଇଁ ଭିସା, ଏହି ଦିନ ଭାରତ ପହଞ୍ଚିବ ବାବର ବାହିନୀ
/wp:headingଏହା ପୂର୍ବରୁ ମଧ୍ୟ ଆହତଜନିତ ସମସ୍ୟା କାରଣରୁ ହସରଙ୍ଗା ଏସିଆ କପ୍ରୁ ବାଦ୍ ପଡ଼ିଥିଲେ। ଏବେ ବିଶ୍ଵକପ୍ରୁ ସେ ବାଦ୍ ପଡ଼ିଛନ୍ତି। ଯଦି ସେ ସର୍ଜରୀ କରାନ୍ତି ତେବେ ୩ ମାସ ଯାଏ କ୍ରିକେଟ୍ରୁ ଦୂରରେ ରହି ପାରନ୍ତି। ହସରଙ୍ଗାଙ୍କ ସତ୍ତ୍ଵେ ବି ଶ୍ରୀଲଙ୍କା ଦଳ ବେଶ ସନ୍ତୁଳିତ ରହିଛି। ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ ଓ କୁଶଲ ମେଣ୍ଡିସଙ୍କ କାନ୍ଧରେ ଶୀର୍ଷ କ୍ରମର ଦାୟିତ୍ଵ ରହିଛି। ମଧ୍ୟକ୍ରମରେ ସଦିରା ସମରବିକ୍ରମା, କୁଶଲ ପେରେରା, ଚରିଥ ଅସଲଙ୍କା ଓ ଧନଞ୍ଜୟ ଡି ସିଲଭା ରହିଛନ୍ତି। ଶନାକା, ଧନଞ୍ଜୟ, ଡୁନିଥ ଓ୍ଵେଲାଲାଗେ ଏବଂ ଅଲଲଙ୍କା ଅଲରାଉଣ୍ଡର ଭୂମିକା ନିର୍ବାହ କରିବେ। ଦ୍ରୁତ ବୋଲର ଭାବେ କସୁନ ରଜିଥା, ଦିଲଶାନ ମଦୁଶଙ୍କା, ଲାହିରୁ କୁମାର ଓ ମଥିଶା ପଥିରାନା ଅଛନ୍ତି। ସ୍ପିନ ବୋଲିଂର ନେତୃତ୍ଵ ନେବେ ମହୀଶ ତୀକ୍ଷଣା।
wp:html/wp:htmlPresenting our powerhouse squad for the ICC Men's Cricket World Cup 2023.
— Sri Lanka Cricket 🇱🇰 (@OfficialSLC) September 26, 2023
Let's rally behind the #LankanLions 🦁👊#CWC23 pic.twitter.com/NTD4A8YbkZ
ବିଶ୍ଵକପ୍ ପାଇଁ ଶ୍ରୀଲଙ୍କା ଦଳ
ଦାସୁନ ଶନାକା(ଅଧିନାୟକ), କୁଶଲ ମେଣ୍ଡିସ(ଉପ ଅଧିନାୟକ), କୁଶଲ ପେରେରା, ପଥୁମ ନିଶଙ୍କା, ଦିମୁଥ କରୁଣାରତ୍ନେ, ଚରିଥ ଅସଲଙ୍କା, ସଦୀରା ସମରବିକ୍ରମା, ଧନଞ୍ଜୟ ଡି ସିଲଭା, ଦୁଶନ ହେମନ୍ଥା, ମହୀଶ ତିକ୍ଷଣା, ଦୁନିଥ ଓ୍ଵେଲାଲାଗେ, କସୁନ ରଜିଥା, ମଥିଶା ପଥିରାନା, ଲାହିରୁ କୁମାର, ଦିଲଶାନା ମଦୁଶଙ୍କା।
ଟ୍ରାଭେଲିଂ ରିଜର୍ଭ ଖେଳାଳି- ଚମିକା କରୁଣାରତ୍ନେ