scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନେପାଳ ଭଳି ଏବେ ଶ୍ରୀଲଙ୍କାରେ ବି ସ୍ଥାନୀୟ ନେଣଦେଣ ପାଇଁ ଭାରତୀୟ ମୁଦ୍ରାରେ ପେମେଣ୍ଟ କରି ହେବ

22/07/2023 at 9:28 PM

ନୂଆଦିଲ୍ଲୀ: ନେପାଳ ପରେ ଏବେ ଶ୍ରୀଲଙ୍କାରେ ଭାରତୀୟ ମୁଦ୍ରାର ବ୍ୟବହାର ହୋଇପାରେ। ସ୍ଥାନୀୟ ନେଣଦେଣ ପାଇଁ ଭାରତୀୟ ମୁଦ୍ରାର ବ୍ୟବହାର କରିବାକୁ ଶ୍ରୀଲଙ୍କା ବିଚାର ବିମର୍ଷ କରୁଛି। ଏନେଇ ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲୀ ସାବରୀ ସୂଚନା ଦେଇଛନ୍ତି।

ଭାରତୀୟ ପର୍ଯ୍ୟଟକ ଓ ବ୍ୟବସାୟୀମାନଙ୍କ ସୁବିଧା ପାଇଁ ଆମେରିକୀୟ ଡଲାର, ୟୁରୋ, ଏବଂ ୟେନ୍ ଭଳି ଭାରତୀୟ ମୁଦ୍ରା ବି ସ୍ଥାନୀୟ ନେଣ ଦେଣ ପାଇଁ ବ୍ୟବହାର କରିବାକୁ ଚିନ୍ତା କରୁଛୁ ବୋଲି ଶନିବାର ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରୀ କହିଛନ୍ତି।

ଶ୍ରୀଲଙ୍କା ରାଷ୍ଟ୍ରପତି ରାନୀଲ ବିକ୍ରମସିଂଘେଙ୍କ ଭାରତ ଗସ୍ତରେ ଆସିଥିବା ଅବସରରେ ଏଭଳି କହିଛନ୍ତି ସାବରୀ। ରାଷ୍ଟ୍ରପତି ହେବା ପରେ ଶ୍ରୀ ବିକ୍ରମସିଂଘେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଏନେଇ ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା କରିଥିଲେ।

ଶ୍ରୀଲଙ୍କାରେ ଭାରତୀୟ ମୁଦ୍ରାର ସିଧାସଳଖ ବ୍ୟବହାର ହେଲେ ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କୁ ଆଉ ଟଙ୍କା ବଦଳାଇବାକୁ ପଡ଼ିବନି। ଫଳରେ ସେମାନେ ମୁକ୍ତ ଭାବରେ ବୁଲିପାରିବା ସହିତ ବାଣିଜ୍ୟିକ କାର୍ଯ୍ୟ କରିପାରିବେ।

ଭାରତୀୟ ମୁଦ୍ରାକୁ ନେଣଦେଣ ପାଇଁ ଅନୁମତି ଦେଲେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଲାଭ ହେବ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ଆଉ ଟିକେ ବଢ଼ାଇବା ପାଇଁ ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ପାଇଁ ସହମତି ପ୍ରକାଶ ପାଇଛି। ଏଥିପାଇଁ ଭାରତର ଏନ୍ଆଇପିଏଲ୍ ଓ ଶ୍ରୀଲଙ୍କାର ଲଙ୍କା ପେ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଫଳରେ ଶ୍ରୀଲଙ୍କାରେ ଭାରତୀୟ ମୁଦ୍ରାର ୟୁପିଆଇ ନେଣଦେଣକୁ ଗ୍ରହଣ କରାଯିବ।   

୨୦ରୁ ଅଧିକ ଦେଶରେ ଟଙ୍କା କାରବାର ପାଇଁ ସହମତି

ବିଶ୍ୱର ୨୦ରୁ ଅଧିକ ଦେଶ ନେଣଦଣେ ପାଇଁ ଭାରତୀୟ ମୁଦ୍ରା ବ୍ୟବହାର କରିବାକୁ ରାଜି ହୋଇଛନ୍ତି। ସେହିପରି କିଛି ଦେଶ ଭାରତୀୟ ମୁଦ୍ରା ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି।

ପଢ଼ନ୍ତୁ-ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ୬୦୦ ବିଲିୟନ ଡଲାର ପାର,୧୫ ମାସରେ ସର୍ବୋଚ୍ଚ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ଫ୍ରାନ୍ସ ଏବଂ ୟୁନାଇଟେଇଡ ଆରବ ଏମିରେଟ୍ସରେ ସ୍ୱଦେଶୀ ଦେୟ ବ୍ୟବସ୍ଥା UPI ଆରମ୍ଭ କରାଯାଇଥିଲା। ଯେଉଁଥିରେ ୟୁଏଇ ଟଙ୍କାରେ ବାଣିଜ୍ୟ ବ୍ୟବସାୟ କରିବାକୁ ରାଜି ହୋଇଥିଲା। ଏହା ପୂର୍ବରୁ ନେପାଳରେ ଭାରତୀୟ ମୁଦ୍ରାର ପ୍ରଚଳନ ହେଉଥିବା ବେଳେ ବାଂଲାଦେଶ ମଧ୍ୟ ଟଙ୍କା କାରବାର ନେଇ ରାଜି ହୋଇଛି।  

   

   Related Posts