previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ବଡ ସଙ୍କଟରେ ଶ୍ରୀଲଙ୍କା, ବଞ୍ଚିଛି ମାତ୍ର ଗୋଟିଏ ଦିନର ପେଟ୍ରୋଲ

16/05/2022 at 10:21 PM

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ସଂପ୍ରତି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ରାନିଲ ବିକ୍ରମାସିଙ୍ଘେ କହିଛନ୍ତି, ଶ୍ରୀଲଙ୍କାରେ କେବଳ ଗୋଟିଏ ଦିନର ପେଟ୍ରୋଲ ବଞ୍ଚିଛି। ଏଥିରୁ ଅନୁମାନ କରି ପାରୁଥିବେ ଶ୍ରୀଲଙ୍କାର ସ୍ଥିତି କିଭଳି ଅଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ତାଙ୍କ ପ୍ରଥମ ଉଦ୍ଦେଶ୍ୟ ଦେଶକୁ ବଞ୍ଚାଇବା।

ବିକ୍ରମାସିଙ୍ଘେ ଜନତାଙ୍କୁ ଚେତାଇଛନ୍ତି, ଆଗାମୀ କିଛି ମାସରେ ଆମ ଜୀବନ ଆହୁରି ମୁସ୍କିଲ ହେବାକୁ ଯାଉଛି। ମୁଁ କୌଣସି ସତ୍ୟକୁ ଲୁଚାଇବା ଏବଂ ଜନତାଙ୍କୁ ମିଛ କହିବାକୁ ଚାହୁଁନାହିଁ। ଏହା ବିଚଳିତ କରିବା ପରି କଥା ହୋଇଥିଲେ ମଧ୍ୟ ଏହା ସତ କଥା। ଏମିତି ସ୍ଥିତିରେ ବିଦେଶୀ ସହାୟତାର ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ସରକାରଙ୍କୁ ଖର୍ଚ୍ଚ ଚଳାଇବା ପାଇଁ ୨.୪ ଟ୍ରିଲିୟନ ଶ୍ରୀଲଙ୍କାଇ ମୁଦ୍ରାର ଆବଶ୍ୟକତା ରହିଛି। ହେଲେ ସରକାରଙ୍କୁ ମିଳୁଥିବା ରାଜସ୍ଵର ପରିମାଣ ହେଉଛି ୧.୬ ଟ୍ରିଲିୟନ। ଯେବେଠୁ ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭ  ହୋଇଛି, ପ୍ରଥମ ଥର ସରକାର ସତ୍ୟ ସ୍ଵୀକାର କରିଛନ୍ତି। ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି। ଫଳରେ ଶ୍ରୀଲଙ୍କା ତେଲ ଏବଂ ବାକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପାରୁନି।

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରୀ ଏୟାର ଲାଇନ୍ସର ଶୀଘ୍ର ଘରୋଇକରଣ କରାଯିବ କାରଣ ଏହାର ଘାଟା ବଢିବାରେ ଲାଗିଛି। ଆଉ ଏହି ଘାଟା ସେହି ଲୋକଙ୍କୁ ମଧ୍ୟ ସହିବାକୁ ପଡୁଛି ଯେଉଁମାନେ କେବେ ବି ବିମାନ ବନ୍ଦରରେ ଯାତ୍ରା କରି ନାହାନ୍ତି।

   Related Posts