ବିସିସିଆଇ ସଚିବ ଜୟ ଶାହଙ୍କୁ କ୍ଷମା ମାଗିଲେ ଶ୍ରୀଲଙ୍କା ସରକାର; ରାଣାତୁଙ୍ଗାଙ୍କ ବୟାନକୁ ନେଇ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ

Published By : Prameya-News7 Bureau | November 17, 2023 IST

କଲମ୍ବୋ: ବିସିସିଆଇ ସଚିବ ଜୟ ଶାହଙ୍କୁ କ୍ଷମା ମାଗିଲେ ଶ୍ରୀଲଙ୍କା ସରକାର। ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ଅର୍ଜୁନ ରାଣାତୁଙ୍ଗା ଶାହଙ୍କ ବିରୋଧରେ ଦେଇଥିବା ହାସ୍ୟାସ୍ପଦ ବୟାନ ପାଇଁ ଶ୍ରୀଲଙ୍କା ସରକାର କ୍ଷମା ମାଗିଛନ୍ତି।

ଜୟ ଶାହା ମଧ୍ୟ ଏସିଆ କ୍ରିକେଟ୍ ପରିଷଦ(ଏସିସି)ର ସଭାପତି ମଧ୍ୟ ଅଛନ୍ତି। ୧୯୯୬ରେ ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା ପୂର୍ବତନ କ୍ୟାପ୍ଟେନ୍ ରଣତୁଙ୍ଗା ନିକଟରେ ଅଜବ ବୟାନ ଦେଇ ଶ୍ରୀଲଙ୍କା ଟିମ୍‌ର ପତ୍ତନ ପାଇଁ ଜୟ ଶାହଙ୍କୁ ଦାୟୀ କରିଥିଲେ। ତାଙ୍କର ଏଭଳି ବୟାନକୁ କଡ଼ା ସମାଲୋଚନା କରାଯାଇଥିଲା।

ରଣତୁଙ୍ଗା କହିଥିଲେ "ଶ୍ରୀଲଙ୍କା କ୍ରିକେଟ୍ (ଏସଏଲସି) ଅଧିକାରୀ ଏବଂ ଜୟ ଶାହାଙ୍କ ମଧ୍ୟରେ ସମ୍ପର୍କ ରହିଥିବାରୁ ବିସିସିଆଇ ଭାବୁଛି ଯେ ସେ ଏସ୍‌ଏଲ୍‌ସିକୁ ଦଳି ମକଚି ଦେବ, ଏବଂଏହାକୁ ନିୟନ୍ତ୍ରଣ କରିପାରିବେ। ଜୟ ଶାହା ଶ୍ରୀଲଙ୍କା କ୍ରିକେଟ୍ ଚଳାଉଛନ୍ତି। ଜୟ ଶାହଙ୍କ ଚାପ ଯୋଗୁ ଏସ୍‌ଏଲ୍‌ସି ବର୍ବାଦ ହେଉଛି। ଜଣେ ବ୍ୟକ୍ତି ଭାରତରେ ଶ୍ରୀଲଙ୍କା କ୍ରିକେଟ୍‌କୁ ନଷ୍ଟ କରୁଛନ୍ତି। ସେ କେବଳ ତାଙ୍କ ବାପାଙ୍କ ପାଇଁ ଶକ୍ତିଶାଳୀ, ଯିଏ ଭାରତର ଗୃହମନ୍ତ୍ରୀ ଅଛନ୍ତି "

ପଢ଼ନ୍ତୁ-ରୋହିତ ଶର୍ମାଙ୍କ ଟସ୍‌କୁ ଷଡ଼ଯନ୍ତ୍ର କହିଲେ ପାକିସ୍ତାନ ପୂର୍ବତନ କ୍ରିକେଟର ସିକନ୍ଦର ବଖ୍‌ତ, କଡ଼ା ସମାଲୋଚନା କଲେ ୱାସିମ ଆକ୍ରମ

ଏହି ଘଟଣା ପରେ ରଣତୁଙ୍ଗାଙ୍କ ବୟାନକୁ କଡ଼ା ସମାଲୋଚନା କରାଯାଇଥିଲା।  ଶୁକ୍ରବାର ସଂସଦ ଅଧିବେଶନରେ ଶ୍ରୀଲଙ୍କାର ଦୁଇ ମନ୍ତ୍ରୀ ହରିନ୍ ଫର୍ଣ୍ଣାଣ୍ଡୋ ଏବଂ କାଞ୍ଚନା ବିଜେସେକେରା ରାଣାତୁଙ୍ଗାଙ୍କ ବିବୃତ୍ତିରେ ଦୁଃଖ ପ୍ରକାଶ କରିଛନ୍ତି।

ଏନେଇ ମନ୍ତ୍ରୀ ବିଜେସେକେରା କହିଛନ୍ତି, "ସରକାର ଭାବରେ ଆମେ ଏସୀୟ କ୍ରିକେଟ୍ ପରିଷଦ ମୁଖ୍ୟ ଜୟ ଶାହାଙ୍କ ନିକଟରେ ଦୁଃଖ ପ୍ରକାଶ କରୁଛୁ। ଆମେ ନିଜ ସଂସ୍ଥାନର ତ୍ରୁଟି ପାଇଁ ଏସିଆ କ୍ରିକେଟ୍ ପରିଷଦ ମୁଖ୍ୟ କିମ୍ବା ଅନ୍ୟ ଦେଶମାନଙ୍କ ଉପରେ ଆଙ୍ଗୁଳି ଉଠାଇ ପାରିବୁ ନାହିଁ। ଏହା ଏକ ଭୁଲ ଧାରଣା।

ଏହି ସମୟରେ ପର୍ଯ୍ୟଟନ ମନ୍ତ୍ରୀ ହରିନ୍ ଫର୍ଣ୍ଣାଣ୍ଡୋ କହିଛନ୍ତି ଯେ ଆଇସିସି ଦ୍ୱାରା ଶ୍ରୀଲଙ୍କା କ୍ରିକେଟ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହାଙ୍କ ସହ କଥା ହୋଇଛନ୍ତି। ମନ୍ତ୍ରୀ ହରିନ୍ ଫର୍ନାଣ୍ଡୋ ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ ଆଇସିସି ନିଷେଧାଦେଶ ଦେଶ ପାଇଁ ପ୍ରତିକୂଳ ପରିଣାମ ପକାଇପାରେ। ବିଶେଷ କରି ଆସନ୍ତା ବର୍ଷ ଜାନୁଆରୀରେ ହେବାକୁ ଥିବା ଅଣ୍ଡର -୧୯ କ୍ରିକେଟ୍ ବିଶ୍ୱକପ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।

ପଢ଼ନ୍ତୁ-ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଖେଳମନ୍ତ୍ରୀଙ୍କ ବିରୋଧରେ ୨.୪ବିଲିୟନSL ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ

ଫର୍ଣ୍ଣାଣ୍ଡୋ ଆହୁରି କହିଛନ୍ତି, "ଯଦି ଆଇସିସି ପ୍ରତିବନ୍ଧକ ନ ହଟାଏ ତେବେ ଟୁର୍ଣ୍ଣାମେଣ୍ଟ ପାଇଁ କେହି ଶ୍ରୀଲଙ୍କା ଗସ୍ତରେ ଆସିବେ ନାହିଁ। ଶ୍ରୀଲଙ୍କା କ୍ରିକେଟ୍ ଟୁର୍ନାମେଣ୍ଟରୁ ଗୋଟିଏ ପଇସା ପାଇବ ନାହିଁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.