Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଇସ୍ତଫା ଦେବାକୁ ରାଜି ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଗୋଟୋବାୟା ! କିଏ ହେବେ ପରବର୍ତ୍ତୀ ରାଷ୍ଟ୍ର ମୁଖ୍ୟ ?

9/07/2022 at 6:35 PM

କୋଲୋମ୍ବୋ: ଦିନକୁ ଦିନ ଶ୍ରୀଲଙ୍କା ସ୍ଥିତି ସଂକଟାପନ୍ନ ହେବାରେ ଲାଗିଛି। ରାଜପକ୍ଷେ ପରିବାରକୁ ସରକାରରୁ ବିତାଡ଼ିତ କରିବାକୁ ଦେଶବାସୀ ପଣ ନେଇ ଆଜି ରାଷ୍ଟ୍ରପତି ଭବନରେ ପଶି ହଙ୍ଗାମା କରିଛନ୍ତି। କେତେକ ଲୋକେ ରାଷ୍ଟ୍ରପତି ଭବନ ସୁଇମିଂପୁଲ୍‌ରେ ଗାଧଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଜନତାଙ୍କ ଭୟରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଭବନ ଛାଡ଼ି ଫେରାର ହେଇଯାଇଛନ୍ତି।

ଜନତା ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଥିବା ବେଳେ ସେ କିନ୍ତୁ ଆସନ ଛାଡ଼ିବାକୁ ନାରାଜ ହେବାରୁ ଶନିବାର ଜନତା ଏମିତି ବିଦ୍ରୋହ କରିଛି। ଏହି ବିଦ୍ରୋହରେ ସିଂହଳୀ କ୍ରିକେଟରମାନେ ମଧ୍ୟ ସମର୍ଥନ ଦେଇଛନ୍ତି। ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସନଥ ଜୟସୁରିଆ। ସମ୍ମାନ ବଞ୍ଚାଇବାକୁ ଚାହୁଁଥିଲେ ଗୋଟାବାୟ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି।

Sri Lanka Crisis Protest Live: सियासी संकट के बीच बड़ी खबर, राष्ट्रपति गोटाबाया राजपक्षे और पीएम विक्रमसिंघे इस्तीफा देने के लिए तैयार

ମାର୍ଚ୍ଚ ମାସରୁ ରାଷ୍ଟ୍ରପତିଙ୍କ ଇସ୍ତଫା ନେଇ ଦାବି ହେଉଥିବା ବେଳେ ଶେଷରେ ସେ ଇସ୍ତଫା ଦେଇପାରନ୍ତି ବୋଲି ଖବର ଶୁଣିବାକୁ ମିଳୁଛି। କେବଳ ସେ ନୁହଁନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେଙ୍କର ଇସ୍ତଫା ଦାବି କରିଛନ୍ତି ଶ୍ରୀଲଙ୍କା ଜନତା। ସିଂଘେ ମଧ୍ୟ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି।

ଗୋଟିଏ ପଟେ ବିକ୍ଷୋଭ ଚାଲିଥିବା ବେଳେ ଅନ୍ୟପଟେ ଜରୁରିକଳୀନ ବୈଠକ ଡାକିଛନ୍ତି ସ୍ପିକର। ଏହି ବୈଠକରେ ଗୋଟାବାୟାଙ୍କର ଇସ୍ଥଫାକୁ ନେଇ ଆଲୋଚନା ଜାରି ରହିଛି। ଯଦି ଗୋଟାବାୟା ଇସ୍ତଫା ଦିଅନ୍ତି ତେବେ ସ୍ପିକର କାମଚଲା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବେ। ପରବର୍ତ୍ତୀ ରାଷ୍ଟ୍ରପତି ନହେବା ଯାଏ ସେ ରାଷ୍ଟ୍ରପତି ରହିବେ ବୋଲି ଜଣାପଡ଼ିଛି।  

   Related Posts