LTTE ମୁଖ୍ୟଙ୍କ ଜୀବିତ ଖବରକୁ ଶ୍ରୀଲଙ୍କାର ଖଣ୍ଡନ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା ୨୦୦୯ରେ ଉଗ୍ରବାଦୀର ହୋଇଛି ମୃତ୍ୟୁ
14/02/2023 at 11:16 AM

ଚେନ୍ନାଇ: LTTE ମୁଖ୍ୟ ପ୍ରଭାକରନ ଜୀବିତ ଥିବା ଦାବିକୁ ଖାରଜ କରିଛି ଶ୍ରୀଲଙ୍କା । ପ୍ରତିରକ୍ଷା ମନ୍ତ୍ରଣାଳୟ ତାମିଲ ଫେଡେରେସନ ନେତାଙ୍କ ଏଭଳି ଦାବି ମଜାକ କହିବା ସହିତ ଖାରଜ କରିଛି । ୨୦୦୯ରେ ଭିଲୁପିଲ୍ଲଈ ପ୍ରଭାକରନଙ୍କ ମୃତ୍ୟୁର ଡିଏନଏ ରିପୋର୍ଟ ପ୍ରମାଣ ଦେଇଛି । ଶ୍ରୀଲଙ୍କା ରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତ କର୍ଣ୍ଣଲ ନଳୀନ ହେରାଥ୍ କହିଛନ୍ତି, ୧୯ ମା’ ୨୦୦୯9ରେ ପ୍ରଭାକରନଙ୍କୁ ହତ୍ୟା କରାଯାଇଛି । ଡିଏନଏରୁ ଏହା ମଧ୍ୟ ପ୍ରମାଣିତ ହୋଇଛି ।
ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମର ମୁଖ୍ୟ ବେଲୁପିଲ୍ଳଇ ଜୀବିତ ଥିବା ନେଇ ତାମିଲ ନେତାଙ୍କ ଆଶ୍ଚର୍ଯ୍ୟକର ଖୁଲାସା କରିଥିଲେ । ବିଶ୍ବ ତାମିଲ ଫେଡେରେସନର ଅଧ୍ୟକ୍ଷ ପାଝା ନେଦୁମାରନ ଦାବି କରିଛନ୍ତି, ଯେ ବେଲୁପିଲ୍ଳଇ ଏବେବି ଜୀବିତ ଅଛନ୍ତି ଏବଂ ପ୍ରଭାକରନ ଖୁବ୍ଶୀଘ୍ର ସାମ୍ନାକୁ ଆସିବେ। ନେଦୁମାରନ କହିଛନ୍ତି, ‘ମତେ କହିବା ବେଳେ ଖୁସି ଲାଗୁଛି, ଯେ ଆମର ତାମିଲ୍ ରାଷ୍ଟ୍ରୀୟ ନେତା ପ୍ରଭାକରଣ ଜୀବିତ ଅଛନ୍ତି ଏବଂ ସେ ଠିକ୍ ଅଛନ୍ତି। ଶ୍ରୀଲଙ୍କା ସେନା ୨୦୦୯ ରେ ପ୍ରଭାକରନଙ୍କ ମୃତ୍ୟୁ ବିଷୟରେ ଯାହା କହିଥିଲା ତାହା ଖୁବ୍ଶୀଘ୍ର ମିଛ ପ୍ରମାଣିତ ହେବ ବୋଲି କହଥିଲେ। ହେଲେ ନେଦୁମାରନଙ୍କ ଏଭଳି ଯୁକ୍ତିକୁ ଖଣ୍ଡନ କରିଛନ୍ତି ଶ୍ରୀଲଙ୍କା ସରକାର । ପ୍ରଭାକରନଙ୍କ ମୃତ୍ୟୁର ଡିଏନଏ ରିପୋର୍ଟକୁ ମଧ୍ୟ ସାମ୍ନାରେ ରଖିଛନ୍ତି । ଅନ୍ୟପଟେ ଏମଡିଏମକେ ମହାସଚିବଙ୍କ ସହିତ ଅନ୍ୟ ତାମିଲ ନେତା ମଧ୍ୟ ଏହାକୁ ସମର୍ଥନ କରିନାହାନ୍ତି ।
LTTE ଶ୍ରୀଲଙ୍କାର ଆତଙ୍କୀ ସଂଗଠନ ଥିଲା ଯାହା ଏକ ଭିନ୍ନ ରାଷ୍ଟ୍ର ପାଇଁ ଦାବି କରୁଥିଲା। ଅନେକ ଶ୍ରୀଲଙ୍କା ନେତାଙ୍କୁ ମଧ୍ୟ ହତ୍ୟା କରିଥିଲା। ଅନେକ ଦେଶର ସହଯୋଗ ମିଳିବା ପରେ ୮୦ ଦଶକ ପରେ LTTE ଆହୁରି ଶକ୍ତିଶାଳୀ ମଧ୍ୟ ହୋଇଥିଲା। ଲିବରେସନ ଟାଇଗର୍ସ ଅଫ୍ ତାମିଲ ଈଲମ୍ ଶ୍ରୀଲଙ୍କାର ଉତ୍ତର ଏବଂ ପୂର୍ବ ପ୍ରାନ୍ତରେ ତାମିଲ ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆନ୍ଦୋଳନ କରିଥିଲା । ଶ୍ରୀଲଙ୍କାରେ ଗୃହ ଯୁଦ୍ଧ ପାଇଁ ଲିଟ୍ଟେ ହିଁ ଦାୟୀ ଥିଲା। ଏହା ପରେ ୧୯୮୭ ରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ଭାରତ LTTE ବିରୋଧରେ ସେନା ଶ୍ରୀଲଙ୍କା ପଠାଇଥିଲା। ଏଥିଯୋଗୁଁ LTTE ଭାରତ ଠାରୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିବା ସହିତ ୨ ମେ’ ୧୯୯୧ ରେ ଆତ୍ମଘାତୀ ଆକ୍ରମଣ କରି ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିଥିଲେ।