ଶ୍ରୀଲଙ୍କା ସଂକଟ ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା, ବିଦେଶ ମନ୍ତ୍ରୀ କହିଲେ-ସୁବ ସମ୍ଭବ ସହଯୋଗ କରିବୁ

Published By : Prameya-News7 Bureau | July 10, 2022 IST

ନୂଆଦିଲ୍ଲୀ: ଭୟଙ୍କର ଆର୍ଥିକ ସଂକଟ ଏବଂ ଦେଶବାସୀଙ୍କ ଆକ୍ରୋଶର ସାମନା କରୁଥିବା ଶ୍ରୀଲଙ୍କାର ସ୍ଥିତି ଅତି ଖରାପ ହେବାରେ ଲାଗିଛି । ଦରବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଯୋଗୁଁ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଶନିବାର ରାଷ୍ଟ୍ରପତି ଗୋଟବାୟା ଫେରାର ହୋଇଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ବିକ୍ରମାସିଙ୍ଘେ ଇସ୍ତଫା ଦେଇଛନ୍ତି । ଏହାରି ଭିତରେ ରବିବାର ଶ୍ରୀଲଙ୍କା ସ୍ଥିତି ଉପରେ ପ୍ରଥମ ବୟାନ ଦେଇଛି ଭାରତ। ପ୍ରକୃତ ବନ୍ଧୁ ଭାବେ ଭାରତ ଆଜି ବି ଶ୍ରୀଲଙ୍କା ସହ ରହିଛି।

ଆର୍ଥିକ ସଂକଟର ସାମନା କରୁଥିବା ଶ୍ରୀଲଙ୍କାକୁ ଭାରତ ଆଶ୍ୱାସନା ଦେଇଛି । ଭାରତ କହିଛି, ଶ୍ରୀଲଙ୍କା ସହ ଆଗ ବି ଥିଲୁ ଏବେ ବି ଅଛୁ । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି, ଆମେ ସବୁ ସମ୍ଭବ ସାହାଯ୍ୟ କରିବାକୁ ପ୍ରୟାସ କରୁଛୁ ଏବଂ ସବୁ ବେଳେ ସହଯୋଗ କରିବୁ । ସେମାନେ ନିଜ ସମସ୍ୟା ଉପରେ କାମ କରୁଛନ୍ତି । ଭବିଷ୍ୟତର ସ୍ଥିତି ଉପରେ ନଜର ରଖିଛୁ । ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କରେ ବର୍ତ୍ତମାନ ସମୟରେ କୌଣସି ଶରଣାର୍ଥୀ ସଂକଟ ନାହିଁ ।

ଶ୍ରୀଲଙ୍କାରେ ଭାରତର ହାଇ କମିଶନର ପକ୍ଷରୁ ଦିଆଯାଇଥିବା ବୟାନ ଅନୁସାରେ, ଏହି ବିଷମ ପରିସ୍ଥିତିର ଭାରତ ନିଜ ବନ୍ଧୁତାର ଦାୟିତ୍ୱ ତୁଲାଇବ ଏବଂ ଆଜି ବି ଆମେ ଶ୍ରୀଲଙ୍କାର ଜନତାଙ୍କ ସହ ଅଛୁ।  

ଶ୍ରୀଲଙ୍କା ଆର୍ଥିକ ସଂକଟ ଏବଂ ଉଗ୍ର ପ୍ରଦର୍ଶନ ପରେ ବି ବର୍ତ୍ତମାନ ସୁଦ୍ଧା ଦୁନିଆର କୌଣସି ଦେଶ ଶ୍ରୀଲଙ୍କାକୁ ସହଯୋଗର ହାତ ବଢାଇ ନାହାନ୍ତି। କିନ୍ତୁ ବଡ଼ ହୃଦୟ ଦେଖାଇ ଶ୍ରୀଲଙ୍କାକୁ ସବୁ ପ୍ରକାର ସାହାଯ୍ୟ କରିବାକୁ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.