ଶ୍ରୀଜିଉଙ୍କ ଦର୍ଶନ ସାରି ସିଂହଦ୍ୱାରରେ ଟଳି ପଡ଼ିଲେ ବୃଦ୍ଧ

Published By : Prameya-News7 Bureau | June 16, 2018 IST

ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର । ଶ୍ରୀଜିଉଙ୍କ ଦର୍ଶନ ସାରି ସିଂହଦ୍ୱାର ଅରୁଣସ୍ତମ୍ୱ ନିକଟରେ ମୁଣ୍ଡିଆ ମାରୁଥିବା ବେଳେ ଟଳି ପଡ଼ିଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲେ।କେ ସଦର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଗତସିଂହପୁର ଜିଲ୍ଲା ଶିଳନ୍ଦା ଗାଁର ୮୦ ବର୍ଷୀୟ କୁଳମଣି ନାୟକ । ଗତ କିଛି ଦିନ ହେଲା ସେ ଅସୁସ୍ଥ ହୋଇପଡିଥିଲେ । ପରିବାର ଏବଂ ପଡୋଶୀ ତାଙ୍କୁ ହସ୍ପିଟାଲ ନେବାକୁ କହିଥିଲେ । କିନ୍ତୁ କୁଳମଣି ପ୍ରଥମେ ଶ୍ରୀମନ୍ଦିର ଯିବାକୁ ଜିଦ୍ ଧରିଥିଲେ । ଶ୍ରୀଜିଉଙ୍କ ଦର୍ଶ ପରେ ହସ୍ପିଟାଲ ଯିବାକୁ ଜିଦ୍ ଧରିଥିଲେ । ଆଉ ତାଙ୍କ ଜିଦ୍ ଆଗରେ ହାର ମାନିଥିଲେ ପରିବାର ଲୋକେ । ଗତକାଲି ପୁଅମାନେ ତାଙ୍କୁ ଶ୍ରମନ୍ଦିର ନେଇ ଆସିଥିଲେ । ସନ୍ଧ୍ୟରେ କୁଳଣି ଶ୍ରୀ ଜିଉଙ୍କୁ ଦର୍ଶନ କରି ସାରିବା ପରେ ଅରୁଣ ସ୍ତମ୍ଭ ନିକଟରେ ମୁଣ୍ଡିଆ ମାରିବା ବେଳେ ଟଳି ପଡିଥିଲେ । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.