scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳା ହୋମଗାର୍ଡ ନିର୍ଯାତନା ଘଟଣାରେ ଆକ୍ସନ, କଟକ ପୋଲିସ ମୁଖ୍ୟାଳୟକୁ ବଦଳିଲେ DIG ବ୍ରିଜେଶ ରାୟ

22/08/2023 at 5:18 PM

ଭୁବନେଶ୍ୱର ୨୨/୦୮: ମହିଳା ହୋମଗାର୍ଡ ନିର୍ଯାତନା ଘଟଣାରେ ଆକ୍ସନ । କଟକ ପୋଲିସ ମୁଖ୍ୟାଳୟକୁ ବଦଳିଲେ DIG ବ୍ରିଜେଶ ରାୟ । ଅନୁଗୁଳର ଡିଆଇଜି ଥିଲେ ବ୍ରିଜେଶ୍ ରାୟ । ଏବେ ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ସୂଚନା ଥାଉକି, ଡିଆଇଜିଙ୍କ ପତ୍ନୀଙ୍କ ବିରୋଧରେ ସଂଘାତିକ ଅଭିଯୋଗ ଆସିଥିଲା । ମହିଳା ହୋମଗାର୍ଡଙ୍କୁ ଘର କାମରେ ଲଗାଇ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଥିଲା । ଏମିତିକି ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ । ଏମିତିକି ଚାକିରି ନେଇଯିବାର ଧମକ ବି ଦେଉଥିଲେ ।

ଏଥିରେ ଅତିଷ୍ଠ ହୋଇ ତିଳ ତିଳ ମରୁଥିବା ହୋମଗାର୍ଡଜଣକ ନେଲେ ଚରମ ନିଷ୍ପତ୍ତି। ଆତ୍ମହତ୍ୟା କରିବାକୁ ଟ୍ରେନ୍‌ ଲାଇନ୍‌କୁ ଡେଇଁ ବଞ୍ଚି ଯାଇଛନ୍ତି ସିନା ହେଲେ ନିଜ ୨ ଗୋଡ଼କୁ ସବୁଦିନ ପାଇଁ ହରାଇ ବସିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଅନୁଗୁଳରେ ଘଟିଥିବା ବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ନିର୍ଯାତନାର ଶୀକାର ହୋଇଥିବା ମହିଳା ହୋମଗାର୍ଡ ହେଲେ ଅନୁଗୁଳର ସୈରିନ୍ଦ୍ରୀ ସାହୁ ଡିଆଇଜି ଵ୍ରିଜେଶ ରାଏଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏନେଇ ସେ ହୋମଗାର୍ଡ ଡିଜିଙ୍କୁ ଏକ ପତ୍ର ଲେଖି ଗତ ୧୩ ତାରିଖରୁ ନିଜ ନିର୍ଯାତନାର କାହାଣୀ ବଖାଣିଥିବା ବେଳେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାକୁ ଚପାଇ ଦେବାକୁ ଚେଷ୍ଟା ଚାଲିଥିବା ଅଭିଯୋଗ ହେଉଥିଲା ।

ସେପଟେ ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀ ନିର୍ଯାତନା ଦେବା ଘଟଣାରେ ହସ୍ତକ୍ଷେପ କରିଥିଲେ ଜାତୀୟ ମାନବାଧିକାର କମିଶନ । ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହିତ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା ଦେବାକୁ ଜାତୀୟ ମାନବାଧିକାର କମିଶନ କହିଛନ୍ତି । ଯଦି ସେ ଏହି କ୍ଷତିପୂରଣ ରାଶି ଦେବାରେ ବିଫଳ ହୁଅନ୍ତି, ତେବେ ତାଙ୍କ ଦରମାରୁ ଏହି ରାଶିକୁ କାଟିବାକୁ କହିଛନ୍ତି । ଏହାବାଦ୍‌  ବ୍ରିଜେସ୍‌ ରାୟ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବାକୁ ଏନ୍‌ଆଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଥିଲେ ।

you can also read…

   Related Posts