suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ

31/10/2020 at 10:50 PM

ଦୁବାଇ, ୩୧।୧୦:  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ୫ ଓ୍ୱିକେଟରେ ବିଜୟ ହାସଲ କରିଛି ହାଇଦ୍ରାବାଦ । ଏହାସହ ପ୍ଲେ ଅଫ୍ ଖେଳିବା ଆଶା ଉଜ୍ଜୀବିତ ରଖିଛି । ଆରସିବି ପକ୍ଷରୁ ଧାର୍ଯ୍ୟ ୧୨୧ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୪.୧ ଓଭରରେ ହାସଲ କରିନେଇଥିଲା ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଆରମ୍ଭ ଆଶାନୁରୂପ ନଥିଲା। ଦଳ ୧୩ ରନ ସ୍କୋରରେ ଇନଫର୍ମ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ(୫ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୨୮ ରନ ସ୍କୋରରେ ଅଧିନାୟକ ବିରାଟ କୋହଲି ଆଉଟ୍ ହେବା ଦଳକୁ ବଡ ଝଟକା ଦେଇଥିଲା। ମଧ୍ୟ କ୍ରମରେ ଏବି ଡିଭିଲିୟର୍ସ ଓ ଓପନର ଜୋସ ଫିଲିପ୍ ତୃତୀୟ ଓ୍ଵିକେଟ୍ ପାଇଁ ୪୩ ରନ  ଯୋଡିଥିଲେ। ୭୧ ରନ ସ୍କୋରରେ ଡିଭିଲିୟର୍ସ ୨୪ ରନ କରି ପାଭିଲିୟନ ଫେରିଥିଲେ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଜୋସ୍ ଫିଲିପ୍ ସର୍ବାଧିକ ୩୨ ରନ କରି ରାଶିଦ ଖାନଙ୍କ ଶିକାର ହୋଇଥିଲେ। ଓ୍ଵାଶିଂଟନ ସୁନ୍ଦର ୨୧ ରନ କରିଥିଲେ। ଗୁରକିରତ ସିଂହ ମନ ୧୫ ରନ କରି ଅପରାଜିତ ଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵକେଟ୍ ହରାଇ ୧୨୦ ରନ କରିଥିଲା।

ସନରାଇଜର୍ସ ହାଇଦ୍ରାବାଦ ତରଫରୁ ସନ୍ଦୀପ ଶର୍ମା ଓ ଜାସନ ହୋଲଡର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଟି ନଟରାଜନ, ଶାହବାଜ ନଦୀମ ଓ ରାଶିଦ ଖାନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୨୧ ରନର ପିଛା କରୁଥିବା ହାଇଦ୍ରାବାଦ ୧୪.୧ ଓଭରରେ ୫ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ହାଇଦ୍ରାବାଦ ପକ୍ଷରୁ ରିଦ୍ଧିମାନ ଶାହ ୩୯ ରନ୍ କରିଥିବା ବେଳେ ମନିଷ ପାଣ୍ଡେ ୨୬, ଜାସନ ହୋଲ୍ଡର ୨୬ ଓ କେନ୍ ଓ୍ୱିଲିମସନ ୮ ରନ୍ କରିଥିଲେ ।

ବେଙ୍ଗାଲୁରୁ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ଓ୍ୱାଶିଂଟନ ସୁନ୍ଦର, ନବଦୀପ ସାଇନି, ଇସୁରୁ ଉଦାନା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ ।

   Related Posts