IPL 2021 : ସଞ୍ଜୁ ସାମସନଙ୍କ ବିସ୍ଫୋରକ ଇନିଂସ, ସନରାଇଜର୍ସକୁ ବିଜୟ ଲକ୍ଷ୍ୟ ୧୬୫ ରନ

Published By : Prameya-News7 Bureau | September 27, 2021 IST

ଦୁବାଇ ୨୭/୦୯ : ଆଇପିଏଲର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର​‌ରେ ୫ ଓ୍ବିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ୫୭ ବଲରୁ ୭ ଚୌକା ଏବଂ ୩ ଛକା ସହାୟତାରେ ୮୨ ରନ ସଂଗ୍ରହ କରିଛନ୍ତି । ହାଇଦ୍ରାବାଦକୁ ଜିତିବାକୁ ହେଲେ ୧୬୫ ରନ କରିବାକୁ ହେବ । ହାଇଦ୍ରାବାଦ ପକ୍ଷରୁ ସିଦ୍ଧାର୍ଥ କୌଲ ୨ଟି, ସିନ୍ଦୀପ ଶର୍ମା, ଭୁବନେଶ୍ବର କୁମାର ଏବଂ ରାସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.