ନିଲାମର ଠିକ୍ ପୂର୍ବରୁ ପ୍ରୀତି ଜିଣ୍ଟାଙ୍କୁ ଶ୍ରୀସନ୍ଥଙ୍କ ଅପିଲ୍, କହିଲେ- ମୋତେ ଆପଣଙ୍କ ଦଳରେ ନିଅନ୍ତୁ

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ ୧୮।୦୨: ଆଇପିଏଲ ୧୪ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଗୁରୁବାର ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସର ସହ ମାଲିକାଣୀ ପ୍ରୀତି ଜିଣ୍ଟାଙ୍କୁ ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ତାଙ୍କ ଦଳରେ ସାମିଲ କରିବାକୁ ଅପିଲ୍ କରିଛନ୍ତି।

ପ୍ରୀତି  ଜିଣ୍ଟା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଆଇପିଏଲର ୧୪ତମ ସଂସ୍କରଣର ନିଲାମ ପାଇଁ ଚେନ୍ନାଇ ପହଞ୍ଚି ସାରିଛି। ମୁଁ ଏହା ଜାଣିବାକୁ ବହୁତ ଉତ୍ସୁକ ଯେ ଚଳିତ ସିଜିନ୍‌ରେ ଦଳରେ ପ୍ରଶଂସକ କେଉଁ ଖେଳାଳିଙ୍କୁ ଦେଖିବାକୁ ପସନ୍ଦ କରିବେ। ଆପଣ ମୋତେ ନିଜର ପରାମର୍ଶ ଦେଇ ପାରିବେ।

ଏହା ଉପରେ ଶ୍ରୀସନ୍ଥ ପଞ୍ଜାବ କିଙ୍ଗ୍ସ ପାଇଁ ନିଜର ନାମ ପ୍ରସ୍ତାବ ଦେଇ ଲେଖିଛନ୍ତି, ମୁଁ ନିଲାମରେ ନାହିଁ, ମାତ୍ର ଆପଣ ମୋତେ କିଣି ପାରିବେ। ୨୦୧୩ର ଆଇପିଏଲ ସ୍ପଟ୍ ଫିକ୍ସିଂ କାରଣରୁ ତାଙ୍କୁ କ୍ରିକେଟ୍‌ରୁ ବାସନ୍ଦ କରାଯାଇଥିଲା। ତାଙ୍କୁ ୭ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେବାକକୁ ପଡିଥିଲା। ଏହା ପରେ ଶ୍ରୀସନ୍ଥ ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ଜରିଆରେ ପୁଣି ଥରେ ମଇଦାନକୁ ଫେରିଥିଲେ।

ଦ୍ରୁତ ବୋଲର ଶ୍ରୀସନ୍ଥ ଫେବୃଆରୀ ୧୮ରେ ହେଉଥିବା ଖେଳାଳି ନିଲାମରେ ନିଜକୁ ସାମିଲ କରାଇ ପାରିନଥିଲେ। ଶ୍ରୀସନ୍ଥ ଆଇପିଏଲ ୨୦୨୧ର ନିଲାମୀ ପାଇଁ କରାଯାଇଥିବା ପଞ୍ଜୀକରଣରେ ନିଜକୁ ୭୫ ଲକ୍ଷ  ଟଙ୍କାର ବେସ୍ ପ୍ରାଇସ୍‌ରେ ସାମିଲ କରିଥିଲେ। ହେଲେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ନିଜର ପ୍ରଦର୍ଶନର ଛାପ ଛାଡି ପାରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.