ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଆଜି ଉଦଯାପନୀ ଉତ୍ସବ । ଶେଷ ହେବ କ୍ରୀଡ଼ା ମହାକୁମ୍ଭ । ସମାପନ ସମାରୋହରେ ଭାରତ ପକ୍ଷରୁ ଦୁଇ କ୍ରୀଡାବିତ୍ ତ୍ରିରଙ୍ଗା ଧରିବେ । ସୁଟର ମନୁ ଭାକର ଏବଂ ଭାରତୀୟ ପୁରୁଷ ହକିର ଗୋଲକିପର ପି.ଆର ଶ୍ରୀଜେଶ ଧ୍ବଜାବାହକ ହେବେ । ଅଲିମ୍ପିକ୍ସରେ ୨୨ ବର୍ଷୀୟା ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ୨ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ହକି ତାରକା ଶ୍ରୀଜେଶଙ୍କ ଖେଳ ସମସ୍ତ ଭାରତୀୟଙ୍କ ମନ ମୋହିଛି ।
ଗୋଲକିପର ଭାବେ ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ନେବାରେ ଶ୍ରୀଜେଶଙ୍କ ମୁଖ୍ୟ ଭୂମିକା ରହିଥିଲା । ହକିରେ ଭାରତୀୟ ଦଳ କାଂସ୍ୟ ପଦକ ହାସଲ କରିଛି। ପ୍ୟାରିସ ଅଲିମ୍ପିକ୍ସର ସମସ୍ତ ଇଭେଣ୍ଟ ଶନିବାର ଶେଷ ହୋଇଛି । ଭାରତକୁ କ୍ରୀଡା ମୁହାକୁମ୍ଭରେ ୬ଟି ମେଡାଲ ମିଳିଛି । ସୁଟିଂ, ଜାଭେଲିନ୍, ହକି, କୁସ୍ତିରେ ଭାରତକୁ ସଫଳତା ମିଳିଛି । ଗୋଲ୍ଡ ମେଡାଲ ହାସଲ କରିବାରେ ଚୀନ ପ୍ରଥମ ସ୍ଥାନରେ ରହିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଚାଇନାକୁ ୩୯ ସ୍ବର୍ଣ୍ଣ ପକଦ ମିଳିଛି । ୩୮ଟି ଗୋଲ୍ଡ ମେଡାଲ ସହିତ ଦ୍ବିତୀୟ ସ୍ଥାନରେ ରହିଛି ଆମେରିକା । ସେହିପରି ୭୧ତମ ସ୍ଥାନରେ ରହିଛି ଭାରତ ।
ଉଦଯାପନୀ ଉତ୍ସବରେ ଧ୍ଵଜବାହକ ଭାବେ ଚୟନ କରାଯାଇଥିବାରୁ ଶ୍ରୀଜେସ ଏବଂ ମନୁ ଭାକର ଖୁସି ପ୍ରକଟ କରିଛନ୍ତି । ଭାରତ ପାଇଁ ତ୍ରିରଙ୍ଗା ପତାକା ଧରିବା ମୋ ପାଇଁ ଗର୍ବର ବିଷୟ । ଅଲିମ୍ପିକ୍ସରେ ନିଜ ଦେଶ ପାଇଁ ପ୍ରତିନିଧିତ୍ଵ କରିବା ସମସ୍ତ ଖେଳାଳିଙ୍କ ସ୍ଵପ୍ନ ହୋଇଥାଏ ବୋଲି କହିଛନ୍ତି ଶ୍ରୀଜେଶ। କ୍ଲୋଜିଂ ସେରିମୋନିରେ ଦେଖିବାକୁ ମିଳିବ ରଂଗାରଂଗ କାର୍ଯ୍ୟକ୍ରମ। ହଲିଉଡ ଷ୍ଟାର ଟମ କ୍ରୁସ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଏହାସହ ଆମେରିକୀୟ ଗାୟିକା ବିଲି ଏଲିସ ଓ ଗାୟକ ସ୍ନୁପ ଡଗ ସଂଗୀତ ପରିବେଶ କରିବେ। ବେଶ ରୋମାଞ୍ଚକର ହେବ ଏହି ଉଦଯାପନୀ ଉତ୍ସବ ।