ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ SRC, କ୍ଷେତ୍ର କର୍ମଚାରୀଙ୍କୁ ହେଡ୍‌କ୍ବାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | August 01, 2023 IST

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ସତର୍କ ରହିବାକୁ ପରାମର୍ଶ ଦେବା ସହ କ୍ଷେତ୍ର କର୍ମଚାରୀଙ୍କୁ ହେଡ୍‌କ୍ବାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୪ ଜିଲ୍ଲା ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ବୌଦ୍ଧ, ସୁନ୍ଦରଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ପ୍ରବଳ ବର୍ଷାକୁ ନେଇ ୭ ଜିଲ୍ଲା ବରଗଡ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ଗଂଜାମକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୨ ରୁ ଅଗଷ୍ଟ ୩ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ ରେଡ୍ ଆଲର୍ଟ ଦିଆଯାଇଛି । ଅର୍ଥାତ୍ ୭ ରୁ ୨୦ ସେଣ୍ଟିମିଟର ବା ସର୍ବାଧିକ ୨୦୦ ମିମି ବର୍ଷା ହେବା ନେଇ ସମ୍ଭାବନା ରହିଛି । ଅକସ୍ମାତ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା, ଭୂସ୍ଖଳନ, ମାଟି କାନ୍ଥ ପଡିଯିବା, ଚାଷ ଜମିରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହେବ । ମହାନଦୀ, ବୁଢାବଳଙ୍ଗ, ବ୍ରାହ୍ମଣୀ ନଦୀ ଜଳସ୍ତର ବଢିବା ସମ୍ଭାବନା ରହିଛି । ବନ୍ୟା ପରିସ୍ଥିତିକୁ ବି ଏଡ଼େଇ ଦିଆଯାଇନପାରେ ବୋଲି କୁହାଯାଇଛି ।

wp:embed {"url":"https://www.prameyanews7.com/low-pressure-intensified-into-deep-depression-over-bay-of-bengal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/low-pressure-intensified-into-deep-depression-over-bay-of-bengal/
/wp:embed

ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ୨୫୯.୨ ମିମି ବର୍ଷା ରେକର୍ଡ ହୋଇଛି । ଯାହା ୧୯୯୭ର ରେକର୍ଡ ଭାଙ୍ଗିଛି ବୋଲି ପାଣିପାଗ ବିଭାଗ  କହିଛି । ୧୯୯୭ରେ ଅଗଷ୍ଟ ୨୦ରେ ଭୁବନେଶ୍ୱରରେ ୨୫୪.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏଭଳି ତୀବ୍ରତର ବର୍ଷା ଦ୍ୱିତୀୟ ବୋଲି ପାଣିପାଗ ବିଭାଗ କହିଛି । ଏଭଳି ବର୍ଷ ମୌସୁମୀର ଏହି ଅବପାତର ବର୍ଷା ପ୍ରଥମ ହୋଇଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ତୀବ୍ରତାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସେପଟେ ସୋଆ ସିଇସି ନିର୍ଦ୍ଦେଶକ ଡ଼ ଶରତ ସାହୁଙ୍କ କହିବା ଅନୁସାରେ ମଙ୍ଗଳବାର ରାତିଠୁ ପ୍ରବଳ ବର୍ଷା ଆରମ୍ଭ ହେବ । ମଙ୍ଗଳବାର ରାତିଠୁ ୨ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

You Can Read :

wp:embed {"url":"https://www.prameyanews7.com/pccf-reaction-on-tigers-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pccf-reaction-on-tigers-in-odisha/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.