ବାଲେଶ୍ବର ଓ ମୟୂରଭଞ୍ଜକୁ ବନ୍ୟା ଆଶଙ୍କା, ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କ୍ଷମତା
21/08/2022 at 3:12 PM

ଭୁବନେଶ୍ୱର ୨୧।୦୮: ବାଲେଶ୍ବର ଓ ମୟୂରଭଞ୍ଜ ପାଇଁ ବନ୍ୟା ଆଶଙ୍କା ବଢୁଥିବା ବେଳେ ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଟ୍ବିଟ କରି ଦେଇଛନ୍ତି। ବନ୍ୟା ସଂପର୍କିତ ଯେକୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ତାଙ୍କୁ ଏହି କ୍ଷମତା ଦିଆଯାଇଛି। ଏଥିସହିତ ସ୍ଥିତିର ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କ ପାଇଁ ଏକ ହେଲିକପ୍ଟରର ବ୍ୟବସ୍ଥା ମଧ୍ୟ କରାଯାଇଛି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023
ଷ୍ଟିୟରିଂ ଫେଲ୍ ମାରିବାରୁ ଓଲଟିଲା ଯାତ୍ରୀବାହୀ ବସ୍, ୧୫ରୁ ଅଧିକ ଆହତ
27 January 2023