ମହାନଦୀରେ ଆସିପାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା : SRC

Published By : Prameya-News7 Bureau | September 15, 2021 IST

ଭୁବନେଶ୍ବର ୧୫।୯: ମହାନଦୀରେ ଆସିପାରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା । ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଗତକାଲି ଠାରୁ ଆଜି ଭିତରେ ହୀରାକୁଦର ୧୮ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେଣୁ ମହାନଦୀରେ ଏକ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିପାରେ । ତେବେ ଏଥି ଯୋଗୁଁ ତଳିଆ ଅଂଚଳରେ ସ୍ଥିତି ବେଶି ଖରାପ ହେବାର ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ହୀରାକୁଦ ଜଳ ଭଣ୍ଡାରର କ୍ଷମତା ୬୩୦ଫୁଟ୍‌ ଥିବା ବେଳେ ଜଳସ୍ତରକୁ ୬୨୮ ଫୁଟ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଦରକାର ପଡ଼ିଲେ ଆହୁରି ଅଧିକ ଗେଟ୍‌ ଖୋଲିବାକୁ ପଡ଼ିପାରେ । ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି ।  ଅଧିକ ଗେଟ୍‌ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ପାଣି ପାସ୍‌ କରିବ । ତେଣୁ ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ।

ଲଗାଣ ବର୍ଷା ପରେ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଜଳସ୍ତର ଖସୁଛି । ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି । ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ । ବଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.